ନବଘନ ଜେନାଙ୍କ ଜନ୍ମବାର୍ଷିକୀ
ବରୀ : ସାହିତ୍ୟନୁରାଗୀ ଓ ସଙ୍ଗଠକ ନବଘନ ଜେନାଙ୍କ ଜନ୍ମ ଶତବାର୍ଷିକୀ ଅଭିମନୁ୍ୟ ସାମନ୍ତସିଂହାର ଜୟନ୍ତୀ ମଣ୍ଡପରେ ଅନୁଷ୍ଠିତ ହୋଇଛି । ଏହି ସଭାରେ ଶ୍ରମିକ ନେତା କିଶୋର ଜେନା ସଭାପତିତ୍ୱ କରିଥିବା ବେଳେ, ପୂର୍ବତନ ଅର୍ଥମନ୍ତ୍ରୀ ଡ. ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଯୋଗଦେଇ ସ୍ୱର୍ଗତ ଜେନା କେବଳ ଜଣେ ଶିକ୍ଷାପ୍ରେମୀ ନଥିଲେ ନିଜ ଅଞ୍ଚଳର ବିକାଶ ପାଇଁ ବହୁ ଶିକ୍ଷାନୁଷ୍ଠାନ ସହିତ ସଙ୍ଗଠନ ସୃଷ୍ଟି କରିଥିଲେ । ସମ୍ମାନୀତଅତିଥି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ ଗୋ, ପୂର୍ବତନ କୃଷିମନ୍ତ୍ରୀ ଅମର ପ୍ରସାଦ ଶତପଥୀ, ବରୀ ବିଧାୟକ ବିଶ୍ୱରଂଜନ ମଲ୍ଲିକ, ଉକôଳ ବିଶ୍ୱ ବିଦ୍ୟାଳୟର ପୂର୍ବତନ କୂଳପତି ଡକ୍ଟର ଗୋକୁଳାନନ୍ଦ ଦାସ, ଅନ୍ୟତମ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ରେବତୀ ଜେନା ପ୍ରମୁଖ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ସାହିତି୍ୟକ ଡ. ବୈଷ୍ଣବ ଚରଣ ସାମଲ, ସମ୍ମାନୀତବକ୍ତା ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ଡ. ସଂଗ୍ରାମ ଜେନା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଜେନାଙ୍କ ବହୁମୁଖି ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ଦିବାକର ବିଶ୍ୱାଳ, ବିପିନ ବିହାରୀ, ଦକ୍ଷିଣରାୟ ମହାପାତ୍ର, ଅର୍ଜୁନୀ ରାଉତ, ସଦାଶିବ ଦାଶ, ପୁରୁଷୋତ୍ତମ ମହାନ୍ତି, ଦୁର୍ଯ୍ୟଧନ ଜେନା ଓ ସ୍ୱର୍ଗତ ଜେନାଙ୍କ ଧର୍ମପନôୀ ବାସନ୍ତୀ ଜେନାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅତିଥିଙ୍କ ଦ୍ୱାରା ‘ସ୍ୱପ୍ନ ସଂକଳ୍ପର ମହାନାୟକ’ ସ୍ମରଣୀକା ଓ ‘ସ୍ମରଣେ ନବଘନ’ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ସ୍ୱାଗତ ଅଭିଭାଷଣ ଗୀତିକାର ଦିଲ୍ଲୀପ ଜେନା ପ୍ରଦାନ କରିଥିବା ବେଳେ, କମିଟି ଆବାହକ ନିମାଇଁ ରାୟ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଅତିଥିମାନଙ୍କ ଦ୍ୱାରା ସ୍ୱର୍ଗତ ଜେନାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା ।