ନାବାଳିକାକୁ ଅସଦାଚରଣ, ଜଣେ ଗିରଫ

 ରାଜନଗର : ବନ୍ଧପଡା ପଞ୍ଚାୟତର ଜଣେ ନାବାଳିକାକୁ ଅସଦାଚରଣ ଉଦ୍ୟମ ଅଭିଯୋଗରେ ଫିରିକିଦାଣ୍ଡି ଗ୍ରାମର ଧନେଶ୍ୱର ନାୟକଙ୍କ ପୁଅ ଜଗନ୍ନାଥ ନାୟକଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ନାବାଳିକା ଜଣକ ଏକୁଟିଆ ଘରେ ଥିବା ସମୟରେ ଅଭିଯୁକ୍ତ ଜଗନ୍ନାଥ ଅସଦାଚରଣ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ନାବାଳିକା ଚିକ୍ରାର କରିବାରୁ ପରିବାର ଲୋକେ ତାକୁ ଧରି ଥାନାକୁ ଖବର ଦେଇଥିଲେ । ପୋଲିସ ପହଁଞ୍ଚô ତାକୁ ଧରି ଥାନାକୁ ଆଣି ପଚରା ଉଚରା କରିଥିଲେ । ନାବାଳିକାର ପିତା ଥାନାରେ ଅଭିଯୋଗ କରିବା ପରେ ପୋଲିସ ୧୪୨/୨୫ରେ ପୋସ୍କୋ ଆକ୍ଟରେ ମାମଲା ରୁଜୁ କରିଥିଲା । କେନ୍ଦ୍ରପଡା ପୋସ୍କୋ କୋର୍ଟରେ ଜଗନ୍ନାଥକୁ ହାଜର କରିବା ପରେ ତାର ଜାମିନୀ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।