ଭାରତ-ପାକ୍ ଉତ୍ତେଜନା: ଜାମ୍ମୁରୁ ଫେରିଲେ ଓଡ଼ିଆ ଛାତ୍ରଛାତ୍ରୀ
ଭୁବନେଶ୍ୱର : ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାମ୍ମୁରେ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ବନ୍ଦ କରାଗଲା ପରେ, କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ଜାମ୍ମୁରେ ଅଧ୍ୟୟନରତ ଓଡ଼ିଆ ଛାତ୍ରଛାତ୍ରୀମାନେ ଆଜି ଓଡ଼ିଶାକୁ ଫେରିଛନ୍ତି । ଓଡ଼ିଆ ଛାତ୍ରଛାତ୍ରୀମାନେ ଜାମ୍ମୁରୁ ଆସି ଆଜି ଭୁବନେଶ୍ୱର ଷ୍ଟେସନ୍ରେ ପହଞ୍ଚôବାପରେ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରାଯାଇଛି । ଛାତ୍ରଛାତ୍ରୀମାନଙ୍କୁ ଖାଦ୍ୟ, ପାନୀୟଜଳ ଆଦି ଯୋଗାଇ ଦିଆଯିବା ସହିତ ସେମାନେ ଯେପରି ନିଜନିଜ ଘରେ ସୁରକ୍ଷିତ ଭାବରେ ପହଞ୍ଚô ପାରିବେ ତାହାର ବନେ୍ଦାବସ୍ତ କରାଯାଇଛି । ସୂଚନାଯୋଗ୍ୟ ଯେ, ଜାମ୍ମୁରୁ ଫେରି ଆସୁଥିବା ଛାତ୍ରଛାତ୍ରୀମାନଙ୍କର ସୁରକ୍ଷିତ ପ୍ରତ୍ୟାବର୍ତ୍ତନକୁ ସୁନିଶ୍ଚିତ କରିବା ସହିତ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବା ନିମନ୍ତେ, ଓଡ଼ିଶା ସରକାରଙ୍କ ଦିଲ୍ଲୀ ସ୍ଥିତ ମୁଖ୍ୟ ଆବାସିକ ଆୟୁକ୍ତଙ୍କ କାର୍ଯ୍ୟାଳୟ ଏବଂ ଭୁବନେଶ୍ୱର ସ୍ଥିତ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅନ୍ତର୍ଗତ ଓଡ଼ିଶା ପରିବାର ନିଦେ୍ର୍ଦଶାଳୟ ପକ୍ଷରୁ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଏଥିସହିତ ସ୍ୱତନ୍ତ୍ର ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯାଇଛି । ଦିଲ୍ଲୀ ସ୍ଥିତ ଓଡ଼ିଶା ନିବାସରେ କାର୍ଯ୍ୟକାରୀ ହୋଇଥିବା କଣ୍ଟ୍ରୋଲ ରୁମ୍ (ଯୋଗାଯୋଗ- ୭୪୨୮୧୩୫୦୪୪, ୦୧୧-୨୪୬୭୯୨୦୧) ଏବଂ ଭୁବନେଶ୍ୱରର ସଂସ୍କୃତି ଭବନ ଠାରେ କାର୍ଯ୍ୟକାରୀ କରାଯାଇଥିବା କଣ୍ଟ୍ରୋଲ ରୁମ୍ (ଯୋଗାଯୋଗ-୦୬୭୪-୨୪୩୧୯୪୫, ୯୫୮୩୩୨୧୯୬୪) ଉପଲବ୍ଧ କରାଯାଇଛି ।
 
 Rasmita Behera
                                    Rasmita Behera                                 
    
             
    
             
    
             
    
             
    
 
    
 
 
 
