ସ୍ୱେଚ୍ଛାସେବୀ ସଙ୍ଗଠନ "ନେୟୀଶୋଚ'ର ସହାୟତା : ବେଙ୍ଗାଲୁରରୁ ଗାଁକୁ ଫେରିଲା ଶବ

 ଭଣ୍ଡାରିପୋଖରୀ : ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତ ବିଶୋଳ ଗ୍ରାମ ଦଳତ ସାହିର ଯୁବକ ପ୍ରକାଶ ଯେନା(୨୪)ଙ୍କ ମୃତଦେହ ଘରକୁ ଫେରିଛି । ସୁଦୂର ବେଙ୍ଗାଲୁର ସହରର ଏକ ଘରୋଇ କମ୍ପାନୀର ଠିକାଦାରଙ୍କ ଅଧିନରେ ଦୀନ ମଜୁରିଆ ଭାବେ ପ୍ରକାଶ କାର୍ଯ୍ୟ କରୁଥିଲେ । ରୋଗାକ୍ରାନ୍ତ ପିତାମାତାଙ୍କ ସହ ୨ ଅବିବାହିତ ଭଉଣୀର ପ୍ରତିପୋଷଣ ଦାୟିତ୍ୱ ପ୍ରକାଶ ଉପରେ ଥିଲା । ୧୭ ତାରିଖରେ ପରିବାରକୁ ଫୋନ ଆସିଲା । ପୁଅ ମୁମୁର୍ଷୁ ଅବସ୍ଥାରେ ବୋଲି । ଗରିବ ପରିବାର ଅସହାୟ ହୋଇ ପଡିଥିଲେ । ବେଙ୍ଗାଲୁର ଯିବା ପାଇଁ ଅର୍ଥାଭାବ ଥିଲା । ଗ୍ରାମବାସୀଙ୍କ ଅନୁରୋଧ କ୍ରମେ ସ୍ଥାନୀୟ ସ୍ୱେଚ୍ଛାସେବୀ ସଙ୍ଗଠନ ନେୟୀଶୋଚ ଜିଲ୍ଲାପାଳ, ଜିଲ୍ଲା ଶ୍ରମ ଅଧିକାରୀଙ୍କ ସମେତ ବେଙ୍ଗାଲୁର ପ୍ରବାସୀ ଓଡିଆ ସଙ୍ଗଠନ ସହ ଯୋଗଯୋଗ କରିଥିଲା । ଉଦ୍ୟମ ସଫଳ ହୋଇଥିଲା । ପ୍ରକାଶର ଶବ ଗ୍ରାମକୁ ରବିବାର ଫେରିଥିଲା । ଗ୍ରାମରେ ଶୋକାକୂଳ ପରିବେଶରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।