ବନ୍ଦର ଚିକିତ୍ସାଳୟରେ ତିନି ଦିନିଆ କର୍ମଶାଳା

 ପାରାଦୀପ : ଆଧ୍ୟାତ୍ମିକ ଗୁରୁ ଶ୍ରୀ ରବିଶଙ୍କରଙ୍କ ଦ ଆର୍ଟ ଅଫ୍ ଲିଭିଂ ଆନୁକୂଲ୍ୟରେ ପାରାଦୀପ ବନ୍ଦର ଚିକିତ୍ସାଳୟରେ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ତତ୍ତ୍ୱାବଧାନରେ ବନ୍ଦର କର୍ମଚାରୀମାନଙ୍କ ଶାରୀରିକ ସୁସ୍ଥତା ଓ ଦୈନନ୍ଦିନ ଜୀବନରେ ବହୁ ପ୍ରକାର ଚିନ୍ତାର ନିରାକରଣ ଏବଂ ଚାପ ପରିଚାଳନା ପାଇଁ  ଚିକିତ୍ସାଳୟ ପରିସରରେ ଏକ ତିନି ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି  । ଏହି କର୍ମଶାଳାରେ ୧୮୦ଗୋଟିରୁ ଊଦ୍ଧ୍ୱର୍ ଦେଶରେ ଚାଲିଥିବା ଗୁରୁ ରବିଶଙ୍କରଙ୍କ ଦ୍ୱାରା ପ୍ରଣୀତ ପଦ୍ଧତି ଓ ସୁଦର୍ଶନ କ୍ରିୟା ଶିକ୍ଷା ଦିଆଯାଇଥିଲା । ଏହି କର୍ମଶାଳାକୁ  ଆର୍ଟ ଅଫ୍ ଲିଭିଂର ବରିଷ୍ଠ ପ୍ରଶିକ୍ଷକ ଦେବଜ୍ୟୋତି ପରିଚାଳନା କରିଥିବା ବେଳେ ଯୋଗ ଗୁରୁ, ପ୍ରବଚକ ତଥା ଆର୍ଟ ଅଫ୍ ଲିଭିଂର ପ୍ରଶିକ୍ଷକ ତାପସ ରଞ୍ଜନ ପତି ସହାୟତା କରିଥିଲେ ।