କାଜୁ ଚୋରି ଅଭିଯୋଗ : ୪ ଗିରଫ, ୨୦ ବସ୍ତା ଜବତ
ବୁଗୁଡା : ବୁଗୁଡ଼ା ଥାନା ଅନ୍ତର୍ଗତ ଜାମପଲ୍ଲୀ ଗାଁ ଛକସ୍ଥ ଏକ କାଜୁ ଫ୍ୟାକ୍ଟି୍ରରୁ ୨୦ ବସ୍ତା କାଜୁ ଚୋରି ଅଭିଯୋଗରେ ପୁଲିସ ୪ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି । ଗିରଫମାନେ ହେଲେ ବୁଗୁଡା ଥାନା ଅନ୍ତର୍ଗତ ଜେଏକ ଗ୍ରାମର ମହେଶ୍ୱର ଗୌଡ, ବସନ୍ତ ଗୌଡ, ରୋହିତ ସେଠୀ ଏବଂ କଣ୍ଟାବଣି ଗ୍ରାମର ଜଗନ୍ନାଥ ପ୍ରଧାନ । ଏ ନେଇ ପୁଲିସ ଥାନାରେ କେସ୍ ନଂ ୩୫୧/୨୫ ଏକ ମାମଲା ରୁଜୁ ହୋଇଥିବା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତାଙ୍କଠାରୁ ପ୍ରକାଶ ପାଇଛି । ପ୍ରକାଶ ଯେ, ବୁଗୁଡ଼ା ବ୍ଲକ କରଚୁଲି ପଞ୍ଚାୟତ ଅନ୍ତର୍ଗତ ଏକ ଗ୍ରାମର ନାରାୟଣ ନାୟକଙ୍କ ଜାମପଲ୍ଲୀ ଗ୍ରାମ ଛକରେ ଥିବା କାଜୁ ଫ୍ୟାକ୍ଟି୍ରରୁ ଗତ ୨୭ ତାରିଖ ରାତିରେ ୧୦୦୦ କିଲୋଗ୍ରାମ ଓଜନର ୨୦ ବସ୍ତା କାଜୁ ଚୋରି ହୋଇଯାଇଥିଲା । ଏ ନେଇ ନାରାୟଣଙ୍କ ଅଭିଯୋଗ କ୍ରମେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ ସହ ଚୋରି କାଜୁ ବସ୍ତାଗୁଡିକୁ ଜବତ କରିଥିବା ଜଣାଯାଇଛି ।