ଆଜି ଅମଲା ସଂଘ ନିର୍ବାଚନ
ଭୁବନେଶ୍ୱର : ଗୁରୁବାର ୮ତାରିଖରେ ରାଜ୍ୟ ମୁଖ୍ୟ ଦପ୍ତର ଉପବିଭାଗ ଅଧିକାରୀ ଓ ଅମଲା ସଂଘ ଦ୍ୱୟର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ । ଭୁବନେଶ୍ୱର, କଟକ, ସମ୍ବଲପୁର ଓ ବ୍ରହ୍ମପୁର ଠାରେ ଏହି ନିର୍ବାଚନ ହେବା ପାଇଁ ରାଜ୍ୟ ଗୃହ ବିଭାଗ ଅନୁମତି ଦେଇଛନ୍ତି । ଗୁରୁବାର ଭୁବନେଶ୍ୱରର ନତାଲା, କଟକ ରାଜସ୍ୱ ପରିର୍ଷଦ, ସମ୍ବଲପୁର ଓ ବ୍ରହ୍ମପୁର ଠାରେ ସକାଳ ୯ ଟାରୁ ଠାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଏହି ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ସମୟରେ ସମସ୍ତ ସଦସ୍ୟା ଓ ସଦସ୍ୟ ମାନେ ସେମାନଙ୍କର ବହୁମୂଲ୍ୟ ମତଦାନ କରିପାରିବେ । ନିର୍ବାଚନ କମିଶନରଙ୍କ ନିର୍ଦ୍ଧାରିତ ନୀତି ନିୟମ ଅନୁଯାଇ ଭୋଟ ଦେବା ପାଇଁ ଆସିଥିବା ସଦସ୍ୟା ଓ ସଦସ୍ୟ ମାନେ ସେମାନଙ୍କର କାର୍ଯ୍ୟାଳୟ ବା ସରକାରି ପରିଚୟ ପତ୍ର ଦେଖାଇବା ବାଧ୍ୟତା ମୂଳକ କରାଯାଇଛି ।