ବୃଦ୍ଧାଙ୍କୁ ହତ୍ୟା, ଦମ୍ପତି ଗିରଫ
କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଗମ୍ଭାରିଆ ମୁଣ୍ଡା ସାହିରେ ଜଣେ ବୃଦ୍ଧାକୁ ହତ୍ୟା କରିବା ଘଟଣାରେ ନାତୁଣୀ ଏବଂ ନାତୁଣୀ ଜ୍ୱାଇଁଙ୍କୁ ପୁଲିସ ଗିରଫ କରିଛି । ସେମାନଙ୍କର ନାମ ଦୁଲା ମୁଣ୍ଡା (୩୮) ଓ ତାଙ୍କ ସ୍ତ୍ରୀ ଗାଙ୍ଗି ମୁଣ୍ଡା(୩୫) ବୋଲି ଜଣାପଡିଛି । ପୁଲିସ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି । ଘଟଣାର ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ଘରୋଇ ଝଗଡାରୁ ବିରମା ମୁଣ୍ଡା(୬୫) ସହିତ ନାତୁଣୀ ଏବଂ ନାତୁଣୀ ଜ୍ୱାଇଁଙ୍କ ସହିତ ଝଗଡା ହୋଇଥିଲା । ସ୍ୱାମୀ ସ୍ତ୍ରୀ ହଠାତ୍ ଉତକ୍ଷିପ୍ତ ହୋଇ ବୃଦ୍ଧାଙ୍କୁ କଚାଡି ଦେଇଥିଲେ । ଫଳରେ ଗୁରୁତର ଆହତ ହୋଇ ଅଚେତହୋଇ ପଡିଯାଇଥିଲେ । ଆଜି ସକାଳୁ ବିରମା ମୁଣ୍ଡା ଘରେ ମରି ପଡିଥିବାର ଜାଣି ଗ୍ରାମବାସୀ ଉଭୟଙ୍କୁ ବାନ୍ଧି ଟାଉନ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଖବର ପାଇ ଘଟଣାସ୍ଥଳକୁ ଯାଇ ସେମାନଙ୍କୁ ଉଦ୍ଧାର କରି ଗିରଫ କରିଥିଲା । ଦୁଲା ମୁଣ୍ଡାଙ୍କ ଏତଲା କ୍ରମେ ଟାଉନ ପୁଲିସ କେସ ନମ୍ବର ୨୬୧/୨୦୨୫ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୩(୧),୩୫୧(୩),୩(୫)ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।