ଆଜି କେମିତି କଟିବ ଅପଣଙ୍କ ଦିନ ?
ମେଷ : ଆଜି ବାଣିଜ୍ୟ ବ୍ୟବସାୟ ପରିବହନରେ ଆୟ ଉତ୍ତମ ହେବ । କର୍ମରେ ଉନ୍ନତି ପରି ଲକ୍ଷିତ ହେବ । ନୂତନ ନିଯୁକ୍ତି ପାଇ ପାରନ୍ତି । ମହିଳା କର୍ତ୍ତବ୍ୟ କରିବେ।
ବୃଷ : ଆଜି କର୍ମ ସ୍ଥାନରେ ସହକର୍ମୀଙ୍କ ସହ ମତାନ୍ତର ହୋଇପାରେ । ବାପା ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ ।
ମିଥୁନ : ଆଜି କ୍ରମ ପ୍ରତି ଅନାଗ୍ରହ ଓ ଆଳସ୍ୟତା ପ୍ରକାଶ ପାଇବ । ମନ ଅସ୍ଥିର ରହିବ । କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜି ପାରେ ।
କର୍କଟ : ଆଜି ବ୍ୟବସାୟରେ ଆୟ ମଧ୍ୟମ ରହିବ । ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ପରିବାର ସହ ଦିନଟି ବିତାଇବେ ।
ସିଂହ : ଆଜି ସ୍ୱାସ୍ଥ୍ୟଗତ ସମସ୍ୟା ଭଲ ରହିବ । ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ । ଶତ୍ରୁମାନଙ୍କ ଦ୍ୱାରା ପିଡ଼ା ପାଇବେ। ପରିବାରରେ ବିବାଦ ଦେଖାଦେଇ ପାରେ ।
କନ୍ୟା : ଆଜି ଆପଣ ଅପଯଶ ଅପବାନ ପାଇ ପାରନ୍ତି । କର୍ମକୁ ନେଇ ଚିନ୍ତିତ ରହିବେ । ବାପାଙ୍କ ସହ ମତାନ୍ତର ହୋଇପାରେ ।
ତୁଳା : ବନ୍ଧୁବାନ୍ଧବଙ୍କ ସହିତ ବାହାରକୁ ବୁଲିଯାଇ ପାରନ୍ତି । ସଦସ୍ୟଙ୍କ ସାହାଯ୍ୟ ପାଇବେ । ମୂଲ୍ୟବାନ ଧାତୁ, ଭୂମି କ୍ରୟ କରିପାରନ୍ତି । ମହିଳାମାନେ ଅତିଥି ସତ୍କାର କରିବେ ।
ବିଛା : କର୍ମପ୍ରତି ଆଗ୍ରହ ଏକାଗ୍ରତା ରହିବ । ବ୍ୟବସାୟ, ପରିବହନରେ ଆୟ ମଧ୍ୟମ ରହିବ । ନୂତନ ନିଯୁ୍କ୍ତି ପାଇ ପାରନ୍ତି । ଭାତୃ ଓ ଭଗିନୀଙ୍କର ସାହାଯ୍ୟ ପାଇପାରନ୍ତି ।
ଧନୁ : ଆଜି ଗୃହରେ ଧନକୁ ନେଇ ବିବାଦ ଆସିପାରେ ପରିବାରରେ ଅଶାନ୍ତି ଦେଖା ଦେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ହୋଇଯିବ । ମହିଳାମାନେ ବଦଖର୍ଚ୍ଚ କରିବେ ।
ମକର : ଆଜି ଦିନରେ ସୁଖାଦ୍ୟ ପାଇପାରନ୍ତି । ଯଶ ସମ୍ମାନ ପାଇପାରନ୍ତି । କର୍ମରେ କିଛି ବିଘ୍ନ ଘଟିପାରେ । ମହିଳାମାନେ ପରିବାରରେ ଆଦର ପାଇପାରନ୍ତି ।
କୁମ୍ଭ : ବହୁଦିନର ଅଟକିଥିବା କାମ ଆଜି ପୂରଣ ହେବ । ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍ ରହିବ । ଘରକରଣା ଜିନିଷ କ୍ରୟ କରିବେ ।
ମୀନ : କର୍ମରେ ଉନ୍ନତି ଓ ସଫଳତା ପାଇବେ । ବ୍ୟବସାୟ ପରିବହନରେ ଆୟ ଉତ୍ତମ ହେବ । ଆକସ୍ମିକ ଧନଲାଭ ହୋଇପାରେ । ମହିଳାମାନେ ଆନନ୍ଦିତ ହେବେ ।