ଧଉଳି ନାବାଳିକା ଗଣଦୁଷ୍କର୍ମ : ମୁଖ୍ୟ ଅଭିଯୁକ୍ତ ଗିରଫ

 ଧଉଳି ନାବାଳିକା ଗଣଦୁଷ୍କର୍ମ : ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ସତ୍ୟ ପ୍ରକାଶ ହାତୀ ଓରଫ ଜୋକର ହାତୀକୁ ଗଞ୍ଜାମରୁ ଗିରଫ କରିଛି ସ୍ପେଶାଲ ସ୍କ୍ୱାର୍ଡ ଓ ଧଉଳି ଥାନା ପୁଲିସ । ପୂର୍ବରୁ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଧଉଳି ପୁଲିସ । ପୋଲିସ କମିଶନର ଏସ. ଦେବଦତ୍ତ ସିଂହଙ୍କ ସୂଚନା । 

   ଧଉଳି ଗଣଦୁଷ୍କର୍ମ ମାମଲାକୁ ରେଡଫ୍ଲାର୍ଗ ଅନ୍ତର୍ଭୁକ୍ତ କରାଯାଇଥିଲା । ରେଡଫ୍ଲାର୍ଗ ଅନ୍ତର୍ଭୁକ୍ତ ହେବା ପରେ ଧଉଳି ଥାନା ପୋଲିସ ସହ କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାର ତଦନ୍ତକୁ ମନିଟରିଂ କରୁଛି । ଧଉଳି ନାବାଳିକା ଗଣଦୁଷ୍କର୍ମ ମାମଲାର ମାଷ୍ଟରମାଇଣ୍ଡ ଥିଲା ଜୋକର ହାପି । ହାପି ନାଁରେ ୨୦ରୁ ଅଧିକ ଅପରାଧିକ ମାମଲା ରହିଛି । ଘଟଣା ଘଟିବା ଦିନଠାରୁ ହାପି ଫେରାରଥିଲା । ଏହି ମାମଲାରେ ୫ ଜଣ ଜଡିତ ଥିବା ସମୟରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସହ ଆଉ ଦୁଇ ଜଣଙ୍କୁ ଅଟକ ରଖିଛି । ଏହି ମାମଲାରେ ସମୃକ୍ତ ଥିବା ଆଉ ଦୁଇ ଅପରାଧି ଫେରାର ଅଛନ୍ତି ।