ଆଜି ବି ନବଙ୍କ ଘରେ ଆଇଟି ରେଡ୍‌

ଆଜି ବି ନବଙ୍କ ଘରେ ଆଇଟି ରେଡ୍‌

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଜି ବି ଆଇଟି ରେଡ୍‌ ଜାରି ରହିଛି । ତୃତୀୟ ଦିନରେ ଆୟକର ବିଭାଗ ପକ୍ଷରୁ ଏହି ଚଢ଼ାଉ ଚାଲିଛି । ନବ ଦାସଙ୍କ ସମ୍ବଲପୁରର ମୁଦିପଡ଼ା ଘର ସମେତ ୪ଟି ସ୍ଥାନରେ ରେଡ୍‌ ଚାଲିଛି । ବ୍ୟବସାୟିକ ପ୍ରତିଷ୍ଠାନରେ ବି ଚଢ଼ାଉ ଚାଲିଛି । ଭିଏସଏସ ମାର୍ଗରେ ଥିବା ହୋଟେଲ ମାଣ୍ଡାରିନ, ଭାଲୁପାଲି ସ୍ଥିତ ଏକ ହୋଟେଲ ଓ ଅଇଁଠାପାଲି ସ୍ଥିତ ଏକ ମଲ୍‍ ଏବଂ ଶାନ୍ତି ନଗର ସ୍ଥିତ ସହଯୋଗୀଙ୍କ ଘରେ ଚଢାଉ ଜାରି ରହିଛି ।