ଡ୍ରାଇଭର ସଂଘର ଗଣଧାରଣା:   ହନ୍ତସନ୍ତ ଯାତ୍ରୀ

 ସମ୍ବଲପୁର : ରାଜ୍ୟ ଡ୍ରାଇଭର ମହାସଂଘର ଡାକରାରେ ଜିଲ୍ଲା ଡ୍ରାଇଭର ସଂଘ ପକ୍ଷରୁ ୭ ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ ଆନେ୍ଦାଳନ ଫଳରେ ବିଶେଷକରି ବେସରକାରୀ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି  । ଏଥିରେ ଉଭୟ ଯାତ୍ରୀ ଓ ମାଲ ପରିବହନ ବନ୍ଦ ରହିଛି । ରେଢ଼ାଖୋଲ ଭୀମଭୋଇ ଛକ, ରେଙ୍ଗାଲିର ରାମଚନ୍ଦ୍ର ନଗର ଛକ, କୁଚିଣ୍ଡା ବାଇପାସ୍ ଏବଂ ସ୍ଥାନୀୟ ସିନ୍ଦୁରପଙ୍କ ଛକ ଠାରେ ଧାରଣା ଦିଆଯାଇଛି  । ସମ୍ବଲପୁର ଜିଲ୍ଲା କମିଟି ସଭାପତି ଜୟ ନାରାୟଣ ମହାରଣା, ସମ୍ପାଦକ ରାଜୁ ବିଶ୍ୱାଳ, ଉପସଭାପତି ସନାତନ ପରିଡ଼ା, ସହସମ୍ପାଦକ ଟୁନା ପାତ୍ର, ରମାକାନ୍ତ ସରଭଙ୍ଗ ତଥା ଧନକଉଡ଼ା ବ୍ଲକ୍ ମାନେଶ୍ୱର ବ୍ଲକ ଏବଂ ଜୁଯୁମୁରା ବ୍ଲକର ସମସ୍ତ ବ୍ଲକ କମିଟି ଏବଂ ପଞ୍ଚାୟତ ସଦସ୍ୟ ଉପସ୍ଥିତ ଥିଲେ  । ଦାବି ମଧ୍ୟରେ ସେପ୍ଟେମ୍ବର ୧ରିଖକୁ ଜାତୀୟ ଡ୍ରାଇଭର ଦିବସ ରୂପେ ପାଳନ, ଗାଡ଼ି କାଗଜପତ୍ର ଯାଞ୍ଚ କରିବା କ୍ଷମତା ପୁଲିସକୁ ଦିଆନଯିବା, ବୃତ୍ତିଗତ ଡ୍ରାଇଭରଙ୍କୁ ୬୦ବର୍ଷରେ ସ୍ୱତନ୍ତ୍ର ଭତ୍ତା ପ୍ରଦାନ, ଗାଡ଼ି ପାର୍କିଂ ଓ ଡ୍ରାଇଭରମାନଙ୍କ ବିଶ୍ରାମ ନେବା ପାଇଁ ବିଶ୍ରାମଗାର ଓ ଶୌଚାଳୟ ବ୍ୟବସ୍ଥା, ଅଟୋ ଡ୍ରାଇଭରଙ୍କୁ ସାମିଲ, ଡ୍ରାଇଭର ସମାଜର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଖଣି ଖାଦାନ ଓ କାରଖାନାଗୁଡିକରେ ଶତକଡ଼ା ୭୦ଭାଗ ଓଡ଼ିଶା ଡ୍ରାଇଭରଙ୍କୁ କାର୍ଯ୍ୟ ପାଇଁ ଅଗ୍ରାଧିକାର ପ୍ରଭୃତି ରହିଛି  । 
ବୈଶିଙ୍ଗା : ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଅନିର୍ଦ୍ଧିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିଛି  । ଏହାଦ୍ୱାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି  । ସଂଘର ବେତନଟୀ ଶାଖା ପକ୍ଷରୁ ୨୪ ଗୋଟି ପଞ୍ଚାୟତର ସମସ୍ତ କର୍ମକର୍ତ୍ତା ୧୮ନଂ ଜାତୀୟ ରାଜପଥ ପାର୍ଶ୍ୱସ୍ଥ ବଗଲପୁର ଠାରେ ଏକତ୍ରିତ ହୋଇଥିଲେ  । ସଂଘ ପକ୍ଷରୁ ୭ ଦଫା ଦାବି ସମ୍ବଳିତ ଦାବିପତ୍ର ସରକାରଙ୍କ ଉଦେ୍ଦଶ୍ୟରେ ଦିଆଯାଇଥିଲା  । ବଡ଼ସାହିର ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର ସଂଘର ଦାବିକୁ ସମର୍ଥନ ଜଣାଇଥିଲେ  । ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ଅନାଦି ବିନ୍ଧାଣୀ, ରଣଜିତ୍ ସିଂ, ତରଣୀ ବେହେରା, ଅଶୋକ ପତି, ଭାଦ ସିଂ, ମହେଶ୍ୱର ମହାନ୍ତି, ବିନେଶ ଦାସ, ପ୍ରଦୀପ ବେହେରା, ଉତ୍ତମ ମହାନ୍ତି, ମହେଶ୍ୱର ବିନ୍ଧାଣୀ, କୁନା ସିଂ, ପ୍ରଦୀପ୍ତ ସେନାପତି, ବେଣୁଧର ମହାନ୍ତି, ବନମାଳୀ ରଣା, ନୁକୁ ସିଂ, ରୁହ୍ୟା ସିଂ, ପାଟ ସିଂ, ଲିଆକତ ସାହା, କୈଳାସ ମାଝୀ, ସୂର୍ଯ୍ୟ ନାରାୟଣ ଟୁଡୁ, ସୋମନାଥ ଦେହୁରୀ, କୁମାର ସୋରେନ, ଗଣେଶ୍ୱର ସିଂ, ପୃଥୁ୍ୟନାଥ ସୋରେନ, ଶିଶିର ସାହୁ, ଫାଗୁ ବିନ୍ଧାଣୀ, ଶୁଶାନ୍ତ ଦାସ, ଛୋଟରାୟ ବେସ୍ରା, ଉମେଶ ଶର୍ମା, ଅଜିତ୍ ଧଳ, ସର୍ବେଶ ରାଜପୁତ୍, ଅଜୟ ସାକସେନା, ଭରତ ସିଂ, ଗଙ୍ଗାଧର ମାଝୀ, ଧୀରେନ ସାହୁ, ରତ୍ନାକର ବେହେରା, ସୁବ୍ରତ ମହାନ୍ତି, ଅରୁଣ ସାହୁଙ୍କ ସମେତ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ  ।
ଢେଙ୍କାନାଳ : ଓଡ଼ିଶା ଡ୍ରାଇଭର୍ ମହାସଂଘର ୭ ଦଫା ଦାବି ନେଇ ରାଜ୍ୟବ୍ୟାପୀ ଷ୍ଟିୟରିଂ ଛାଡ଼ ଆନେ୍ଦାଳନରେ ଅଟୋରିକ୍ସା ଚାଳକମାନେ ସାମିଲ ହୋଇଛନ୍ତି  । ଆନେ୍ଦାଳନ ଫଳରେ ପରିବହନ ବ୍ୟବସ୍ଥା ପ୍ରଭାବିତ ହୋଇଛି  । ବସ୍ ଚଳାଚଳ ବନ୍ଦ ଫଳରେ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି  । ଢେଙ୍କାନାଳ ସହର ଉପକଣ୍ଠ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ଆନେ୍ଦାଳନ ଜାରି ରଖିଛନ୍ତି  । ସଂଘର ସଦସ୍ୟମାନେ ବିଭିନ୍ନ ଛକ ଜାଗାରେ ଟ୍ରକ୍ ସମେତ ଅନ୍ୟ ଗାଡ଼ି ଅଟକାଇ ଆନେ୍ଦାଳନରେ ସହଯୋଗ କରିବା ପାଇଁ ନିବେଦନ କରିଥିଲେ  । ଆନେ୍ଦାଳନ ଯୋଗୁଁ ବଜାରରେ କେତେକ ସ୍ଥାନରେ ସାମଗ୍ରୀର କଳାବଜାରି ବିକ୍ରି ଆରମ୍ଭ ହୋଇଥିବା ଅଭିଯୋଗ ଆସିଛି  । ଦାବି ପୂରଣ ନହେଲେ ଡ୍ରାଇଭର୍ ମହାସଂଘ ଆନେ୍ଦାଳନରୁ ନିବୃତ୍ତ ହେବ ନାହିଁ ବୋଲି ସଂଘ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି  । 
ଖଣ୍ଡପଡ଼ା : ରାଜ୍ୟ ଡ୍ରାଇଭର ସଂଘର ଆହ୍ୱାନକ୍ରମେ  ଖଣ୍ଡପଡା ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ବାଇପାସ ଛକରେ ଗଣଧାରଣା ଦେଇଛନ୍ତି । ୭ ଦଫା ଦାବି ପୁରଣ ନେଇ ଆନେ୍ଦାଳନ ଡାକରା ଦିଆଯାଇଥିବା ବେଳେ, ଡ୍ରାଇଭର ସଂଘ ସଦସା୍ୟମାନେ ଦିନତମାମ ବାଇପାସ ରାସ୍ତା ପାର୍ଶ୍ୱରେ ନାରାବାଜି କରିଥିଲେ । ଖଣ୍ଡପଡା ବ୍ଲକ ଡ୍ରାଇଭର ସଂଘ ସଭାପତି ରଜତ ଦାସଙ୍କ ନେତୃତ୍ୱରେ ଖଣ୍ଡପଡା ବ୍ଲକ ଅଧିନ ୨୨ଟି ପଞ୍ଚାୟତରୁ ଶହଶହ ଡ୍ରାଇଭର ଆନେ୍ଦାଳନରେ ସାମିଲ ହୋଇଥିବା ଜଣାଯାଇଛି । ବିଧାୟକ ଦୁଷ୍ମନ୍ତ ସ୍ୱାଇଁ ଧାରଣାସ୍ଥଳରେ ପହଞ୍ଚô ଆନେ୍ଦାଳନରତ ଡ୍ରାଇଭରଙ୍କ ସହ ଆଲୋଚନା କରିଥିବା ବେଳେ, ସଂଘ ପକ୍ଷରୁ ବିଧାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ତେବେ ଦାବି ପୂରଣ ହେବା ପର୍ଯ୍ୟନ୍ତ ଆନେ୍ଦାଳନ ଚାଲୁ ରହିବ ବୋଲି ସଂଘ ସଭାପତି ଶ୍ରୀଦାସଙ୍କ ଠାରୁ ପ୍ରକାଶ । ଡ୍ରାଇଭର ସଂଘ ଆନେ୍ଦାଳନ ଯୋଗୁଁ  ଯାନବାହାନ ଚଳା ଚଳ ଠପ୍ ହୋଇଯାଇଥିବାରୁ ଜନସାଧାରଣ ଯାତାୟତ ନିମନ୍ତେ ଅସୁବିଧାର ସମ୍ମୁଖିନ ହୋଇଛନ୍ତି ।