ଅନୁଗୁଳରେ ପାଗଳା କୁକୁର ଆତଙ୍କ
ଅନୁଗୁଳରେ ମାତିଛି ପାଗଳା କୁକୁର । ଯାହାକୁ ଦେଖୁଛି, ତାଙ୍କୁ କାମୁଡି ରକ୍ତାକ୍ତ କରିପକାଉଛି । ରାସ୍ତାରେ ଯାଉଥିବା ଲୋକଙ୍କୁ ଗୋଡାଇ ଗୋଡାଇ କାମୁଡୁଛି । ଶୁଶୁଡା, କଲେଜ ଛକ, ହାଟ ଛକ, ହୁଲୁରିସିଂହା, ହେମସୁରପଡା ଅଞ୍ଚଳରେ ଏହି ପାଗଳ କୁକୁରଟି ଆକ୍ରମଣ କରି ଲୋକଙ୍କୁ ଲହୁଲୁହାଣ କରିପକାଉଛି ।
ଆକ୍ରମଣରେ ଛୋଟ ଛୁଆ ଠାରୁ ଆରମ୍ବ କରି ବଡ଼ ଲୋକ ପର୍ଯ୍ୟନ୍ତ ତଥା ପାଖାପାଖି ୨୨ ରୁ ଅଧିକ ଗୁରୁତର ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଛି । ଗୁରୁତରଙ୍କୁ ଜିଲ୍ଲା ମୁ୍ଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।