ଆଜି ବିହାରରେ ପ୍ରଚାର କରିବେ ମୋହନ

ଭୁବନେଶ୍ୱର : ଆସନ୍ତକାଲି ବିହାରରେ ନିର୍ବାଚନ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ଆଜି ରାତିରେ ନୂଆପଡ଼ାରେ ରହିବେ । ଆସନ୍ତାକାଲି ସେ ବିଜେପିର ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାରଙ୍କ ସହ ବିହାର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି ।