ଟିମ୍ ଗଢ଼ିଲେ ମନମୋହନ

୧୦ ଉପସଭାପତି, ୪ ସାଧାରଣ ସମ୍ପାଦକ ଓ ୧୦ ସମ୍ପାଦକ
ଭୁବନେଶ୍ୱର : ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନିଜର ଟିମ୍ ଗଠନ କରିଛନ୍ତି । ଅପେକ୍ଷାକୃତ ଛୋଟ ଏହି କମିଟିରେ ୧୦ ଉପସଭାପତି, ୪ ସାଧାରଣ ସମ୍ପାଦକ ଓ ୧୦ ସମ୍ପାଦକ ସ୍ଥାନ ପାଇଛନ୍ତି । ଡକ୍ଟର ଯତୀନ ମହାନ୍ତି, ଅଶୋକ ମିଶ୍ର, କୁସୁମ ଟେଟେ, ରମେଶ ଚନ୍ଦ୍ର ସାହୁ, କେ. ନାରାୟଣ ରାଓ, ଶିବାଜୀ ମହାନ୍ତି, ଭବେନ୍ଦ୍ର କୁମାର ପଣ୍ଡା, ସିପ୍ରା ବାଜପେୟୀ, ସୁଦର୍ଶନ ଗୋଏଲ ଓ ବିଷ୍ଣୁ ଦାସ ଉପସଭାପତି ହୋଇଛନ୍ତି । ସେହିପରି ବିରଞ୍ôଚ ନାରାୟଣ ତ୍ରିପାଠୀ, ଶାରଦା ପ୍ରସାଦ ଶତପଥି, ସୀମାଞ୍ଚଳ ଖଟେଇ ଓ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକଙ୍କୁ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି ।
ଅପରପକ୍ଷରେ ସରୋଜ କୁମାର କର, କାଳନ୍ଦୀ ସାମଲ, ସ୍ମୃତି ପଟ୍ଟନାୟକ, ଡକ୍ଟର ପ୍ରୀତି ପ୍ରତିଭା ଭୋଳ, ଭଗବାନ ମହାନ୍ତି, ପିଙ୍କି ପ୍ରଧାନ, ରାମଚନ୍ଦ୍ର ହାଁସଦା, ମମତା ସିଂ, ପୃଥ୍ୱୀରାଜ ମହାପାତ୍ର, ସ୍ମିତା ପ୍ରଧାନଙ୍କୁ ସମ୍ପାଦକ କରାଯାଇଥିବାବେଳେ ଅଜୟ କୁମାର ଅଗ୍ରୱାଲଙ୍କୁ କୋଷାଧ୍ୟକ୍ଷ ଓ ଦିବାକର ହରିଚନ୍ଦନଙ୍କୁ ଯୁଗ୍ମ କୋଷାଧ୍ୟକ୍ଷ ଭାବେ ଦାୟିତ୍ୱ ଦିଆଯାଇଛି ।