ଆଜି ହେଉଛି ୱାର୍ଲ୍ଡ ହାଇପର୍ଟେନ୍ସନ୍ ଡେ

ଆଜିର ଧାଁ ଦୌଡ଼ ଜୀବନରେ ମୁଖ୍ୟ ସମସ୍ୟା ହେଉଛି ଚାପ । ଏହି ମାନସିକ ଚାପ ବା ଚିନ୍ତା ସବୁ ରୋଗକୁ ଡାକି ଆଣିଥାଏ । ଜଣେ ସୁସ୍ଥ ମଣିଷ କୌଣସି ଚାପର ଶିକାର ହେବା ଆରମ୍ଭ ହେଲେ ବ୍ୟକ୍ତିର ଶରୀର ଆସ୍ତେ ଆସ୍ତେ ଅସୁସ୍ଥ ହେବାକୁ ଲାଗିଥାଏ ଏବଂ ଉଚ୍ଚ ରକ୍ତ ଚାପ କବଳିତ କରିଥାଏ । ଅଫିସ୍ର ୱାର୍କ କାର୍ଯ୍ୟ ବ୍ୟସ୍ତତା ହେଉ, କି ଦୈନନ୍ଦିନ ଜୀବନର ସମସ୍ୟା କାରଣରୁ ହେଉ ଆମେ ଆମ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ଆମେ ସବୁବେଳେ ହୋଇପାରିନଥାଉ । ଯାହାଦ୍ବାରା ଶରୀରର କୋଷ ଅସୁସ୍ଥ ହୋଇପଡ଼ିଥାଆନ୍ତି । ଏହି ସମସ୍ତ ସମସ୍ୟାର ସମାଧାନ କରିବାକୁ ୱାର୍ଲ୍ଡ ହାଇପର୍ଟେନ୍ସନ ଡେ ପାଳନ କରାଯାଇଥାଏ । ଆଜି ହେଉଛି ସେହି ୱାର୍ଲ୍ଡ ହାଇପର୍ଟେନ୍ସନ୍ ଡେ' । ରକ୍ତବାହୀ ନଳୀଙ୍କ ହାଲ୍ଚାଲ୍ ବୁଝିବା ଜରୁରି ଅଟେ। ରକ୍ତଚାପକୁ ସଠିକ୍ ଭାବରେ ମାପନ୍ତୁ, ଏହାକୁ ନିୟନ୍ତ୍ରଣ କରନ୍ତୁ, ଏବଂ ଦୀର୍ଘ ଜୀବନ ବଞ୍ଚନ୍ତୁ - ଏହା ହିଁ ହେଉଛି ୱାର୍ଲ୍ଡ ହାଇପର୍ଟେନ୍ସନ୍ ଡେ’ର ଥିମ୍ ।
ଭାରତରେ ହାଇ ବ୍ଲଡପ୍ରେସର ଏକ ସାଧାରଣ ସମସ୍ୟା ପାଲଟିଗଲାଣି । ଏହା ନିରବରେ ଆସି ଲୋକଙ୍କ ସ୍ବାସ୍ଥ୍ୟକୁ କବଳିତ କରୁଛି । ତେଣୁ ବ୍ୟସ୍ତବହୁଳ ଜୀବନରୁ କିଛି ମୁହୂର୍ତ୍ତ ନିଜ ପାଇଁ ବାହାର କରି ବ୍ଲଡ୍ପ୍ରେସରକୁ ନିୟନ୍ତ୍ରଣରେ ରଖିବା ଜରୁରୀ । ମାୟାନଗରୀ ମୁମ୍ବାଇ ବାସିନ୍ଦାଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପର ହାର ୨୬% ରହିଛି ବୋଲି ଏକ ଅଧ୍ୟୟନରୁ ଜଣା ପଡ଼ିଛି । ଏକ ଅଧ୍ୟୟନରୁ ଜଣାପଡିଛି ଯେ ୨୦% ରୁ ୪୫% ବିବାହିତ ଦମ୍ପତିଙ୍କ ଉଚ୍ଚ ରକ୍ତଚାପ ସମସ୍ୟା ରହିଛି । କାର୍ଡିଓଲୋଜିଷ୍ଟଙ୍କ ମତରେ ହାଇପର୍ଟେନ୍ସନକୁ ସାଇଲେଣ୍ଟ କିଲର କହିବା କିଛି ଭୁଲ ହେବ ନାହିଁ, କାରଣ ଏହାର କିଛି ସ୍ପଷ୍ଟ ଲକ୍ଷଣ ନଥାଏ । କିନ୍ତୁ ଏହା ହାର୍ଟଆଟାକ୍, ଷ୍ଟ୍ରୋକ୍ ଏବଂ କିଡ଼୍ନି ଫେଲ୍ ପରି ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାର କାରଣ ପାଲଟିପାରେ ।
ହାଇପର୍ଟେନ୍ସନ୍ରୁ ରକ୍ଷା ପାଇବାକୁ ହେଲେ ପ୍ରତ୍ୟେକ ସପ୍ତାହରେ ୩ରୁ ୪ ଦିନ ବ୍ଲଡ୍ପ୍ରେସର ଚେକ୍ କରିବାର ଅଭ୍ୟାସ କରନ୍ତୁ । ହାଇବିପିରୁ ରକ୍ଷା ପାଇବା ପାଇଁ ସନ୍ତୁଳିତ ଆହାର ଏବଂ ବ୍ୟାୟାମ ଆବଶ୍ୟକ । ଖାଇବାରେ ଲୁଣର ବ୍ୟବହାର କମ୍ କରନ୍ତୁ । ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ ।