ବିଜେଡିର ପିଏସି ବୈଠକ

ବିଜେଡିର ପିଏସି ବୈଠକ

ଆଜି ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ ବସିବ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ । କମିଟି ଗଠନ ହେବା ପରେ ଆଜି ଏହାର ପ୍ରଥମ ବୈଠକ ହେବ । ଗତ ୫ ତାରିଖରେ କମିଟି ଗଠନ ହୋଇଥିଲା । ଦୀର୍ଘ ୨୫ ବର୍ଷ ପରେ ନବୀନ ଏହି କମିଟି ଗଠନ କରିଥିବାବେଳେ କମିଟିରେ ଅନେକ ବରିଷ୍ଠ ନେତାଙ୍କୁ ସାମିଲ କରାଯାଇନାହିଁ । ରାଜା ସ୍ୱାଇଁ, ଦେବୀ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ଅରୁଣ ସାହୁ, ଅନଙ୍ଗ ଉଦୟ ସିଂହଦେଓ, ଅତନୁ ସବ୍ୟସାଚୀ ନାୟକଙ୍କ ଭଳି ପୁରୁଖା ନେତାଙ୍କୁ କମିଟିରେ ସ୍ଥାନ ମିଳିନାହିଁ । ଏମାନେ ପିଏସି କମିଟି ଗଠନ ନେଇ ବାରମ୍ବାର ଦାବି କରିଆସୁଥିଲେ । ହେଲେ କମିଟିରେ ସାମିଲ ନହେବା ପରେ ଏହି ନେତାମାନେ ଆଉ ବିଜେଡିର ରାଜନୈତିକ ବ୍ୟାପାରରେ ମୁଣ୍ଡ ଖେଳେଇ ପାରିବେନି । ତେବେ ବୈଠକରେ ନବୀନ କ’ଣ ନିଷ୍ପତ୍ତି ନେଉଛନ୍ତି, ତା’ ଉପରେ ନଜର ରହିଛି ।