ଶେଯରେ ବସି ଖାଉଛନ୍ତି କି?  

eating on bed

ଶେଯରେ ବସି ଖାଉଛନ୍ତି କି?  

ପୁର୍ବରୁ ଲୋକମାନେ ଭୁମିରେ ଚକା ପକାଇ ବସି ଭୋଜନ କରୁଥିଲେ ।କିନ୍ତୁ  ସମୟର ପରିବର୍ତ୍ତନରେ ଡାଇନିଂ ଟେବୁଲର ବ୍ୟବହାର କରାଗଲା । ହେଲେ ଏବେ  ବି କିଛି ଲୋକଙ୍କର ଶେଯ ଉପରେ ବସି ଟିଭି ଦେଖି ଖାଇବାର ଅଭ୍ୟାସ ରହିଛି; ଯାହା ସ୍ୱାସ୍ଥ୍ୟପାଇଁ ଜମା ବିୁ ଭଲ ନୁହେଁ । ଏ କଥାକୁ ବିଜ୍ଞାନ ବି ସ୍ୱିକାର କରେ  ।ବିଶେଷଜ୍ଞଙ୍କ ମତ ଅନୁସାରେ  ଖଟ ଉପରେ ବସି ଖାଇବା ସମୟରେ ପ୍ରାୟତଃ ଆମେ ଖଟରେ ଅଧା ଶୋଇ ପଡ଼ିଥାଉ । କିନ୍ତୁ ଭୋଜନ ପାଇଁ ଏହି ଭଙ୍ଗୀ ଆଦୌ ଠିକ ନୁହେଁ ।ଏହା ଦ୍ୱାରା ପାଚନତନ୍ତ୍ର ଉପରେ କୁପ୍ରଭାବ ପଡ଼େ ଏବଂ ଖାଦ୍ୟ ଠିକ୍ ଭାବରେ ହଜମ ହୁଏନାହିଁ ।ଅପରପକ୍ଷରେ ଖଟ ଉପରେ ବସି ଖାଇଲାବେଳେ ଖାଦ୍ୟର କିଛି ଅଂଶ ଅସାବଧାନତାବଶତଃ ଶେଯ ଉପରେ ପଡ଼ିଯାଏ ;ଫଳରେ ଶେଯ ଅପରିଷ୍କାର ହୁଏ । କିନ୍ତୁ ତାହାକୁ ସଫା ନ କରି ସେମିତି ଛାଡ଼ିଦେଲେ  ଆଉ ପରେ ସେଥିରେ ବସିଲେ ଶୋଇଲେ ଫଙ୍ଗସ୍ ଇନ୍ଫେକ୍ସନ୍ ହୋଇ ଆଲର୍ଜି ଓ ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ର ଆଶଙ୍କା ରହିଥାଏ  ।ଏହାଛଡ଼ା ଶେଯରେ ବସି ଖାଇଲେ ନିଦ୍ରାଜନିତ ସମସ୍ୟା ସଙ୍ଗେ ସଙ୍ଗେ ଓଜନ ବଢ଼ିଥାଏ ବୋଲି ଅନେକେ ମତ ଦେଇଥାନ୍ତି ।