ଆଜିଠୁ OJEE ପରୀକ୍ଷା ଆବେଦନ

ଆଜିଠୁ OJEE ପରୀକ୍ଷା ଆବେଦନ

ଆଜିଠାରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (OJEE) ୨୦୨୬ ପାଇଁ ଆବେଦନ ଆରମ୍ଭ ହୋଇଛି । ଏହିି ଆବେଦନ ପ୍ରକ୍ରିୟା ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ OJEE ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମେ ୪ରୁ ୯ ଯାଏ ପରୀକ୍ଷା ହେବ । କମ୍ପ୍ୟୁଟର ବେସ୍ଡ୍‌ ଟେଷ୍ଟ (ସିବିଟି) ମୋଡ୍‌ରେ ପରୀକ୍ଷା ହେବ । ବି ଫାର୍ମା, ନର୍ସିଂ, ଏମ୍‌ସିଏ, ଏମ୍‌ଏସ୍ସି, ଏମବିଏ, ଇଣ୍ଟିଗ୍ରେଟେଡ୍‌ ଏମ୍ବିଏ, ବିକ୍ୟାଟ୍‌, ଏମ୍‌ଟେକ୍‌, ଏମ୍‌ ଆର୍କ, ଏମ୍‌ ପ୍ଲାନ୍‌, ଏମ୍‌ ଫାର୍ମା, ଲାଟେରାଲ୍‌ ଏଣ୍ଟ୍ରି ଟୁ ବିଟେକ୍‌ ଓ ବି ଫାର୍ମା ନାମଲେଖା ପାଇଁ OJEE ପରୀକ୍ଷା ହେବ ।

ପରୀକ୍ଷା ସମ୍ପର୍କିତ ସମସ୍ତ ସୂଚନା OJEE ୱେବ୍ସାଇଟ୍‌ରେ ଉପଲବ୍ଧ ରହିଛି । ବାହାର ରାଜ୍ୟର ହୋଇଥିଲେ ସେମାନଙ୍କୁ ସରକାରୀ ଶିକ୍ଷାନୁଷ୍ଠାନରେ ନାମଲେଖା ସୁଯୋଗ ମିଳିବ ନାହିଁ ବରଂ ଘରୋଇ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ପାରିବେ । ଛାତ୍ରଛାତ୍ରୀମାନେ OJEE ୱେବ୍ସାଇଟ୍‌ https://ojee.nic.in/ରେ ଆବେଦନ କରିପାରିବେ । ବିଟେକ୍‌, ବି ଆର୍କ, ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍ସି, ଏମ୍ବିବିଏସ୍‌, ବିଡିଏସ୍‌, ବିଏଏମ୍‌ଏସ୍‌, ବିଏଚ୍‌ଏମ୍‌ଏସ୍‌ କୋର୍ସରେ ସରକାରୀ ଓ ବେସରକାରୀ କଲେଜରେ ନାମଲେଖା ପାଇଁ JEE ମେନ୍‌/ନିଟ୍‌ ୟୁଜି ପରୀକ୍ଷା ଦେବାକୁ ହେବ ।