ଆଜିଠୁ କଳିଙ୍ଗ ସୁପର କପ୍ ଫୁଟ୍ବଲ୍

ଭୁବନେଶ୍ୱର  : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆସନ୍ତାକାଲି ଠାରୁ ଅର୍ଥାତ୍ ୨୦ଏପ୍ରିଲରୁ କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏଆଇଏଫ୍ଏଫ୍ ଓଡିଶା ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଓ ଫୁଟବଲ ଆସୋସିଏସନ ଅଫ ଓଡିଶାର ମିଳିତ ସହଯୋଗରେ କଳିଙ୍ଗ ସୁପର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଚଳିତ ଏପ୍ରିଲ ମାସ ୨୦ ତାରିଖ ଠାରୁ ଆସନ୍ତା ମେ’ ମାସ ୩ ତାରିଖ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ୧୬ଟି ଦଳ ଅଂଶଗ୍ରହଣ କରିବାର କାର୍ଯ୍ୟସୂଚୀ ପ୍ରକାଶ ପାଇଥିଲା । କିନ୍ତୁ ଏବେ ଏଥିରେ ୧୫ଟିଦଳ ଅଂଶଗ୍ରହଣ କରିବେ ।  ସୂଚନାଥାଉକି, ଆଇଲିଗ୍ ଚାମ୍ପିଅନ୍ ଚର୍ଚ୍ଚିଲ ବ୍ରଦର୍ସ ଓହରି ଯିବାପରେ ମୋହନବାଗାନ୍ ସୁପରଜିଆଣ୍ଟସ୍ ସିଧାସଳଖ କ୍ୱାର୍ଟର ଫାଇନାଲ ଖେଳିବାର ଯୋଗ୍ୟତା ଅର୍ଜନ କରିଛି । ମୋହନବାଗାନ୍ ଆଇଏସଏଲ୍-୨୦୨୫ ଚାମ୍ପିଅନ ଆଖ୍ୟା ଅର୍ଜନ କରିଥିଲା । 
ଟୁର୍ଣ୍ଣାମେଣ୍ଟ ନକଆଉଟ୍ ଭିତ୍ତିରେ ଖେଳାଯିବ । ଏପଟେ କଳିଙ୍ଗ ଷ୍ଟାଡିୟମରେ କଳିଙ୍ଗ ସୁପର କପ୍ ଫୁଟ୍ବଲ୍ ଟୁର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ଟୁର୍ଣ୍ଣାମେଣ୍ଟ ୪ର୍ଥ ଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ୨୦୧୮ ପ୍ରଥମ ସଂସ୍କରଣରେ ବେଙ୍ଗାଲୁରୁ ଏଫ୍ସି, ୨୦୧୯ରେ ଏଫ୍ସି ଗୋଆ, ୨୦୨୩ରେ ଓଡିଶା ଏଫ୍ସି, ୨୦୨୪ରେ ଇଷ୍ଟବେଙ୍ଗଲ ଏଫ୍ସି ଚାମ୍ପିଅନ ହୋଇଥିଲେ ।
ଏନେଇ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୋସିଆଲ ମିଡ଼ିଆରେ ଲେଖିଛନ୍ତି କି ଆସନ୍ତାକାଲି ଠାରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ‘କଳିଙ୍ଗ ସୁପର କପ - ୨୦୨୫’  । ଓଡ଼ିଶାରେ କ୍ରୀଡା ସଂସ୍କୃତିକୁ ଯଥୋଚିତ ପ୍ରୋସôାହନ ସହିତ ଭାରତର କ୍ରୀଡା ଜଗତରେ ଓଡ଼ିଶା ଏକ ହବ ଭାବେ ଉଭା ହେବା ଦିଗରେ ଅଗ୍ରସର । ଆସନ୍ତୁ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଉପଭୋଗ କରିବା ସହିତ ଖେଳାଳିମାନଙ୍କୁ ଉସôାହିତ କରିବା ।