ସିଏମ୍ କପ୍ ଫୁଟବଲ୍: ନବରଙ୍ଗପୁର ଚାମ୍ପିଅନ୍
ନବରଙ୍ଗପୁର : ରାଜ୍ୟସ୍ତରୀୟ ୧୫ବର୍ଷରୁ କମ୍ ମୁଖ୍ୟମନ୍ତ୍ରୀ କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟରେ ନବରଙ୍ଗପୁର ଜିଲ୍ଲା ଦଳ ଚାମ୍ପିଅନ୍ ହୋଇଛି । ବ୍ରହ୍ମପୁର ଠାରେ ଆୟୋଜିତ ହେଉଥିବା ଟୁର୍ଣ୍ଣାମେଣ୍ଟରେ ନବରଙ୍ଗପୁର ଦଳ ନିଜ ଗ୍ରୁପ୍ର କୋରାପୁଟ, ଗଞ୍ଜାମ ବିପକ୍ଷରେ ବିଜୟୀ ହୋଇ ଗ୍ରୁପ୍ର ଶୀର୍ଷ ସ୍ଥାନ ହାସଲ କରିଥିଲା । ସେହିପରି ଅନ୍ୟ ଗ୍ରୁପ୍ରୁ କଳାହାଣ୍ଡି ଦଳ ପହଞ୍ଚିଥିଲା । ଗ୍ରୁପ୍ ଚାମ୍ପିଅନ ପାଇଁ ଅନୁଷ୍ଠିତ ଫାଇନାଲର ଏକ ସଂଘର୍ଷ ମ୍ୟାଚ୍ରେ ନବରଙ୍ଗପୁର ଦଳ କଳାହାଣ୍ଡିକୁ ପେନାଲ୍ଟି ସୁଟ ଆଉଟ୍ରେ ୩-୨ ଗୋଲରେ ପରାସ୍ତ କରି ବ୍ରହ୍ମପୁର ଜୋନାଲ ଗ୍ରୁପ୍ ଚାମ୍ପିଅନ ହୋଇଥିଲା । ଫାଇନାଲ ମ୍ୟାଚ୍ରେ ଉନ୍ନତମାନର କ୍ରୀଡା ପ୍ରଦର୍ଶନ କରିଥିବା ଅନୁଜ ପାୟଲଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା । ଚାମ୍ପିଅନ ନବରଙ୍ଗପୁର ଦଳକୁ ୫୦ ହଜାର ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ ନବରଙ୍ଗପୁର ଦଳର ଅଧିନାୟକ ଭାବେ ଦେବ ହରିଜନ, କୋଚ ଭାବେ ଲାଲୁ ହରିଜନ ଦାୟିତ୍ୱ ନେଉଥିବା ବେଳେ ମ୍ୟାନେଜର ଭାବେ ଫିରୋଜ ହରିଜନ ଦାୟିତ୍ୱ ନିର୍ବାହ କରୁଛନ୍ତି । ନବରଙ୍ଗପୁର ଦଳର ଏହି ସଫଳତାର ସୂଚନା ପ୍ରାପ୍ତ ପରେ ଜିଲ୍ଲା କ୍ରୀଡ଼ା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପସଭାପତି ଏମ. ବାଲା କ୍ରୀଷ୍ଣା ରାଓ, ତାରିକ ହାସେନ୍, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, ସେକସନ ସମ୍ପାଦକ ଅଶୋକ ନାୟକଙ୍କ ସମେତ ଅନ୍ୟମାନେ ଖେଳାଳିଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।