ଆଜିଠୁ ମାଟ୍ରିକ ଫର୍ମ ପୂରଣ

ଆଜିଠୁ ମାଟ୍ରିକ ଫର୍ମ ପୂରଣ

କଟକ : ୨୦୨୬ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ (ରେଗୁଲାର ଓ ଏକ୍ସ ରେଗୁଲାର) ପରୀକ୍ଷା ପାଇଁ ଫର୍ମ ପୂରଣ ଆସନ୍ତାକାଲିଠୁ ଆରମ୍ଭ ହେବ । ଏହା ୨୨ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସଂପାଦକ ଏକ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି । ୨୦୨୬ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ନିମନ୍ତେ ବିଦ୍ୟାଳୟରେ ପଢ଼ୁଥିବା ରେଗୁଲାର ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କର ଫର୍ମ ପୂରଣ ଅନଲାଇନ ମାଧ୍ୟମରେ ବିଦ୍ୟାଳୟ ମୁଖ୍ୟଙ୍କ ଦ୍ୱାରା କରାଯିବ । ସେହିପରି ପତ୍ରମାଧ୍ୟମରେ କୋର୍ସ ରେଗୁଲାର ପରୀକ୍ଷାର୍ଥୀ ଓ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କର ଫର୍ମ ପୂରଣ ବୋଡର଼୍ର ଆଂଚଳିକ କାର୍ଯ୍ୟାଳୟର ଉପସଂପାଦକଙ୍କ ଦ୍ୱାରା ଅଫଲାଇନ ମାଧ୍ୟମରେ କରାଯିବ । ଫର୍ମ ପୂରଣ ନିମନ୍ତେ ଲିଙ୍କ www.bseodisha.ac.in ୱେବସାଇଟରେ ଉପଲବ୍ଧ ହେବ ବୋଲି ବୋଡର଼୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।