ଆତଙ୍କବାଦୀ ଆକ୍ରମଣ ପ୍ରତିବାଦରେ ଶୋଭାଯାତ୍ରା

ପାରାଦୀପ : ଜମ୍ମୁ ଓ କାଶ୍ମୀରର ପାହଲଗାମ ଠାରେ ହୋଇଥିବା ଆତଙ୍କବାଦୀ ବର୍ବର ଆକ୍ରମଣକୁ ଦୃଢ଼ ନିନ୍ଦା କରି ପାରାଦୀପ ମହାବିଦ୍ୟାଳୟ ଓ ଏନସିସି ପ୍ରାକ୍ତନ ଛାତ୍ର ସଂସଦ ମିଳିତ ଆନୁକୂଲ୍ୟରେ ଗୁରୁବାର ସନ୍ଧ୍ୟାରେ ଏକ ପ୍ରତିବାଦ ସୂଚକ କ୍ୟାଣ୍‌ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରା ମହାବିଦ୍ୟାଳୟ ପରିସରରୁ ବାହାରି ବନ୍ଦର ସହରର ବିଭିନ୍ନ ମୁଖ୍ୟ ରାସ୍ତା ଓ ଛକ ପରିକ୍ରମା କରି ବଡପଡ଼ିଆ ସ୍ଥିତ ମା ଶାରଳା ମନ୍ଦିର ଠାରେ ଶେଷ ହୋଇଥିଲା କ୍ଷ ଗତ ୨୨ ତାରିଖରେ କାଶ୍ମୀର ର ପହଲଗାମ ଠାରେ ନିରୀହ ପର୍ଯ୍ୟଟକ ମାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଘଟଣାରେ ୨୭ ଜଣଙ୍କ ଦୁଃଖଦ ମୃତ୍ୟୁ ଘଟିଥିଲା କ୍ଷ ସଂସଦ ର ପ୍ରାକ୍ତନ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ମୃତ ପର୍ଯ୍ୟଟକ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ମା' ଶାରଳା ଙ୍କ ପାଖରେ ଦୀପ ପ୍ରଜ୍ୱଳନ କରି ସେମାନଙ୍କ ଆତ୍ମାର ସଦଗତି ନିମନ୍ତେ ସାମୁହିକ ପ୍ରାର୍ଥନା କରାଯିବା ସହ ସରକାର ଆତଙ୍କବାଦୀ ଙ୍କ ବିରୁଦ୍ଧରେ ଦୃଢ଼ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀ କରାଯାଇଥିଲା କ୍ଷ ଏହି କାର୍ଯ୍ୟକ୍ରମରେ ପାରାଦୀପ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ.ସସ୍ମିତା ଶତପଥୀ, ଅଧ୍ୟାପକ ତଥା ଏନସିସି ଅଧିକାରୀ ଲେଫ୍ଟନାଣ୍ଟ କମାଣ୍ଡର ଅକ୍ଷୟ ମିଶ୍ର, ଅଧ୍ୟାପକ ଗଣେଶ୍ୱର ପାତ୍ର, ଦୁଇ ପ୍ରାକ୍ତନ ଛାତ୍ର ସଂସଦର କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ ।