ନ୍ୟାସନାଲ ଚାମ୍ପିଅନସିପ ଉଦ୍ଘାଟିତ
ପାରାଦୀପ : ୨୬ତମ ମିନି ଓ ୟୁଥ୍ ଟେନିସ ଭଳିବଲ ନ୍ୟାସନାଲ ଚାମ୍ପିଅନ ସିପ ଶୁକ୍ରବାର ଆଜି ଗୋପବନ୍ଧୁ ଷ୍ଟାଡିୟମରେ ଉଦଘାଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉସôବର ମୁଖ୍ୟ ଅତିଥି ଜଗତସିଂହପୁର ସାଂସଦ ଡ, ବିଭୁ ପ୍ରସାଦ ତରାଇ ଚାମ୍ପିଅନ ସିପକୁ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ତାଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ ନ୍ୟାସନାଲ ଟେନିସ ଭଳି ବଲ ଫେଡେ ରେସନର ଅଫ ଇଣ୍ଡିଆର ସଭାପତି ଏନ୍. ନାଗେଶ୍ୱର ରାଓ, ଏନ, ନାଗେଶ୍ୱର ରାଓ, ଫେଡେ ରେସନର୍ ଅଫ ଇଣ୍ଡିଆର ସି ଇ ଓ ଡି, ଜାଡେଗା, ଓଡିଶା ଟେନିସ ଭଳି ବଲ ଆସୋସିଏସନର ସମ୍ପାଦକ ଶଶିକାନ୍ତ ନାୟକ, କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ଦାସ, ପାରାଦୀପ, ଟେନିସ ଭଲିବଲ୍ ଆସୋସିଏସନର ସଭାପତି ବଜରଙ୍ଗ ପ୍ରସାଦ ସ୍ୱାଇଁ, ପାରାଦୀପ ପୌର ପରିଷଦର ୧୨ ନମ୍ବର ୱାର୍ଡ ପାରିଷଦ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ, ସାଂସଦଙ୍କ ପାରାଦ୍ୱୀପ ପ୍ରତିନିଧି ଗୌତମ କୁମାର ନାୟକ, ଇଂ ମନୋଜ କୁମାର ନାୟକ, ୪ ନମ୍ବର ୱାର୍ଡର ପାରିଷଦ କେଦାର ନାଥ ଜେନାଙ୍କ ସମେତ ୨୨ଟି ରାଜ୍ୟର ଖେଳାଳି ଏବଂ ସେମାନଙ୍କ କୋଚ ପ୍ରମୁଖ ଉପସ୍ଥିତ ଥିଲେ ।