କେନାଲ ବନ୍ଧ ନିର୍ମାଣରେ ଅନିୟମିତତା, ଜନ ଅସନ୍ତୋଷ

ଜଗତସିଂହପୁର, : ର୍ତିତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣାନନ୍ଦପୁର ଠାରୁ ଓଷାମଣି କେନାଲ ବନ୍ଧ ନିର୍ମାଣରେ ଠିକାଦାର ବ୍ୟାପକ ଅନିୟମିତତା କରୁଥିବା ନେଇ ଅସନ୍ତୋଷ ଦେଖାଦେଇଛି । ଏହି ବନ୍ଧପାଇଁ ୩ କୋଟିରୁ ଉଦ୍ଧ୍ୱର୍ ଅର୍ଥ ବ୍ୟୟ ବରାଦ ହୋଇଛି । ବିନା ସୂଚନା ଫଳକରେ କାର୍ଯ୍ୟ ·ଲୁଥିବାରୁ ସାଧାରଣ ଲୋକ କେନାଲ ବନ୍ଧରେ କଣ କାମ ଜାଣିପାରୁନାହାନ୍ତି । ଏହି କେନାଲ ବନ୍ଧ ଭିତ୍ତିପ୍ରସ୍ଥର ବେଳେ ବ୍ୟାରେଜ ଅଧିକାରୀ କହିଥିଲେ ଯେ, ପ୍ରଥମ ସ୍ତରରେ ମୋରମ ବିଛା ଯିବ । ୬୦ ଓ ୪୦ ସାଇଜିର ମେଣ୍ଟାଲ ବିଛାଯିବା ପରେ ଡଷ୍ଟ ବିଛଯିବା ଓ ପରେ ପିଚୁ ହେବ । ଠିକାଦାର କେନାଲ ବନ୍ଧ ନିର୍ମାଣରେ ବ୍ୟାପକ ଚଞ୍ଚକତା ନେଇ ଲୋକମାନେ ପ୍ରଶ୍ନ ଉଠାଇଛନ୍ତି । ମତ୍ତଗଜପୁର ଛକ ଠାରୁ ତପନ ନନା ଦୋକାନ ଗଡା ପର୍ଯ୍ୟନ୍ତ ବନ୍ଧକୁ ଗୋଟେ ପ୍ରକାର ମୋଟେଇ କରୁଥିବାବେଳେ ତପନ ନନା ଦୋକାନ ଠାରୁ ପୂର୍ବରୁ ହୋଇଥିବା ପିଚୁ ପର୍ଯ୍ୟନ୍ତ ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ଉଠୁଥିଲେ ମଧ୍ୟ ଠିକାଦାର କର୍ଣ୍ଣପାତ କରି ନାହାନ୍ତି । ସେଠାରେ ପତଳା ମୋହରମ ବିଛାଇ ତାହାପରେ ମେଣ୍ଟାଲ ଓ ଡଷ୍ଟ ପକାଇଦେଇଛନ୍ତି । ପରେ ମତଗଜପୁର ଗଡା ଠାରୁ ଦିଗବାରୁଣୀ ଛକ ପର୍ଯ୍ୟନ୍ତ ପତଳା ମୋରହମ ବିଛାଇ ପରେ ମେଣ୍ଟାଲ ବିଛାଉଥିବା ଦେଖିବାକୁ ମିଳିଛି । ଏ ସମ୍ପର୍କରେ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନଥିବାବେଳେ କାର୍ଯ୍ୟ ତଦାରଖ କରୁଥିବା କର୍ମ·ରୀଙ୍କୁ ପ·ରିବାରୁ ସେ କହିଥିଲେ ଯେ, ଗାଡିବାଲା କଣ ଆଣୁଛି ଆମେ ଜାଣିପାରୁନୁ । ଏ ସମ୍ପର୍କରେ ଅଧିକାରୀଙ୍କୁ ଅବଗତ କରାଇବାପରେ ମଧ୍ୟ୍ୟ କୋଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଅଧିକାରୀଙ୍କ କାର୍ଯ୍ୟପ୍ରତି ଆଙ୍ଗୁଳି ଉଠୁଛି । ଠିକାଦାର ଓ ଅଧିକାରୀଙ୍କ ମିଳିଭଗତରେ ବ୍ୟାପକ ଅନିୟମିତତା କାର୍ଯ୍ୟ ହେଉଥିବା ଅଞ୍ଚଳବାସୀ କହୁଛନ୍ତିା କେନାଲ ବନ୍ଧଟି ଅଂଚଳବାସୀଙ୍କ ପାଇଁ ଏକ ପ୍ରକାର ଲାଇଫଲାଇନ କହିଲେ ଅତ୍ୟୁକ୍ତି ହେବନାହିଁ । ମେଣ୍ଟାଲ ଜାଗାରେ ଚିପ୍ସ ବିଛାଯାଉଥିବାନେଇ ଅଞ୍ଚଳବାସି କ୍ଷୋଭ ପ୍ରକାଶ କରିଛନ୍ତି ।