ଆନନ୍ଦ ଉଲ୍ଲାସରେ ନୂତନ ବର୍ଷ ପାଳିତ
ମାଲକାନଗିରି: ଆଜି ନୂତନ ବର୍ଷରେ ଯୁବ ପିଢୀଙ୍କ ଠାରୁ ଆରମ୍ଭ କରି ସମସ୍ତ ବର୍ଗର ଲୋକେ ବିଭିନ୍ନ ପ୍ରକାରରେ ଏହାକୁ ଆନନ୍ଦ ଓ ଉସôାହ ସହ ପାଳନ କରୁଥିବା ବେଳେ, ମାଲକାନଗିରି ଓଏସଆରଟିସି କର୍ମଚାରୀମାନେ ଏକ ଅଲଗା ଉଦ୍ୟମ କରି ନୂଆ ବର୍ଷରେ ସମାଜକୁ ଦେଇଛନ୍ତି ସ୍ୱଚ୍ଛତାର ବାର୍ତ୍ତା । ମାଲକାନଗିରି ବସ୍ ଷ୍ଟାଣ୍ଡ ପରିସରରେ ସ୍ୱଚ୍ଛ ଭାରତ ଅଭିଯାନର ଅଂଶ ହୋଇ କର୍ମଚାରୀମାନେ ଆଜି ସଫା ସୁତରା କାର୍ଯ୍ୟ ଚାଲାଇଥିଲେ । ଏହି କାର୍ଯ୍ୟର ମାଧ୍ୟମରେ ସେମାନେ ବସ୍ ଷ୍ଟାଣ୍ଡ ପରିସରକୁ କେବଳ ସ୍ୱଚ୍ଛ କରିବା ନୁହେଁ, ବରଂ ସ୍ୱଚ୍ଛତାର ମାହାତ୍ମ୍ୟ ବିଷୟରେ ସାରା ସମାଜରେ ଜନଚେତନା ସୃଷ୍ଟି କରିବା ଉଦେ୍ଦଶ୍ୟ ରଖିଥିଲେ । ଏଥି ସହିତ, ବସ୍ ଷ୍ଟାଣ୍ଡ ପରିସରରେ ଥିବା ସମସ୍ତ ଦୋକାନମାନଙ୍କୁ ଡଷ୍ଟବିନ୍ ବ୍ୟବହାର କରିବାକୁ ଏବଂ ଆବର୍ଜନାକୁ ଏଣେ ତେଣେ ନପକାଇବାକୁ ଅନୁରୋଧ କରିଥିଲେ ।