ଆନ୍ତଜିଲ୍ଲା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : କେନ୍ଦୁଝର ଚାମ୍ପିୟନ, ମୟୂରଭଞ୍ଜ ରନର୍ସଅପ୍

 ପାରାଦୀପ :   ସାରନା  ମାର୍ଶାଲ  ଯୁବକ ସଂଘ, ବାଉରିଆପାଳନ୍ଦା, ଆନୁକୁଲ୍ୟରେ ଆୟୋଜିତ   ଦୁଇ ଦିନିଆ ଆନ୍ତର୍ଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟ  ଇତି ମଧ୍ୟରେ  ଉଦଯାପିତ ହୋଇଯାଇଛି । ବାଉରିଆପାଳନ୍ଦା  ଫିଲ୍ଡରେ  ଆୟୋଜିତ  ଏହି ଟୁର୍ଣ୍ଣାମେଣ୍ଟ ଦୁଇଦିନ ଧରି ଚାଲିଥିବା ବେଳେ ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୧୬ଟି ଟିମ୍ ଭାଗ ନେଇଥିଲେ । ଟୁର୍ଣ୍ଣାମେଣ୍ଟରେ ମ୍ୟାଚଗୁଡିକ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିବା ବେଳେ ସମସ୍ତ ଟିମ୍କୁ ପଛରେ ପକାଇ କେଉଁଝର ଟିମ ବିଜୟୀ ଏବଂ ମୟୁରଭଞ୍ଜ ଟିମ ରନର୍ସ ଅପ ହୋଇଥିଲା । ବିଜୟୀ ଟିମକୁ ୨୧୦୦୦ ହଜାର ଓ ରନର୍ସ ଅପ ଟିମକୁ ୧୭୦୦୦ ହଜାର ଟଙ୍କା ଅର୍ଥ ରାଶି ଦେଇ ପୁରସ୍କୃତ କରାଯାଇଥିଲା । ଉଦଯାପନୀ ଉସôବର ଅତିଥିମାନଙ୍କୁ ଟୁର୍ଣ୍ଣାମେଣ୍ଟର ଆୟୋଜକ ତଥା ଆଦିବାସୀ ସମ୍ପ୍ରଦାୟର ଯୁବକ  ଓ  ସଂସାଙ୍ଗବାହା ଲେଡିଜ ଗ୍ରୁପର ସଦସ୍ୟାମାନେ ବାଦ୍ୟ ଓ ନୃତ୍ୟ ଗୀତର ତାଳେ ତାଳେ ଭବ୍ୟ ସ୍ୱାଗତ କରି ମଞ୍ଚକୁ ପାଛୋଟି ନେଇଥିଲେ  । ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ଉସôବରେ ଡକ୍ଟର ପ୍ରସନ୍ନ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦ୍ୱିତୀୟ ତଥା ଉଦଯାପନୀ ଉସôବରେ ଆଡ଼ଭୋକେଟ କୈଳାଶ ଚନ୍ଦ୍ର ସାହୁ ମୁଖ୍ୟ ଅତିଥି  ଓ  ସମ୍ମାନିତ ଅତିଥି ଭାବେ କୋଷ୍ଟ ଗାର୍ଡ କମାଣ୍ଡାଣ୍ଟ ମଦନ ମୋହନ ମାର୍ଦି, ଡେପୁଟି କମାଣ୍ଡାଣ୍ଟ ଚନ୍ଦ୍ର ହାଁସଦା, ସମାଜସେବୀ ଆଶୁତୋଷ ସ୍ୱାଇଁ, ଆଡ଼ଭୋକେଟ ଦେବବ୍ରତ ସାହୁ, ପୌର ପାରିଷଦ ବନିତା ରାଉତ ଓ ସମ୍ପର୍କ ସ୍ୱେଚ୍ଛାସେବୀ ସଂଗଠନର ସଭାପତି ଉଜ୍ୱଳ ଗୋଲଦାର ପ୍ରମୁଖ ଯୋଗଦେଇ ଖେଳାଳି ତଥା ପ୍ରତିଯୋଗୀମାନଙ୍କୁ ଉସôାହିତ କରିଥିଲେ । ଅତିଥିମାନେ  ଟର୍ଣ୍ଣାମେଣ୍ଟର ଆୟୋଜକଙ୍କୁ ଉଚ୍ଚ ପ୍ରଂଶସା କରିବା ସହିତ ସଂଗଠନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ । ଖେଳ ମାଧ୍ୟମରେ ବନ୍ଧୁତା ଓ ଭାଇଚାରା ବଜାୟ ରଖିବା ସହ ଆଗାମୀ ଦିନରେ କିପରି ଓଡିଶାର ସମସ୍ତ ଜିଲ୍ଲା ଭାଗ ନେବ ଏବଂ ଆଗାମୀ ଦିନରେ ଏହି ଟୁର୍ଣ୍ଣାମେଣ୍ଟ କିଭଳି ରାଜ୍ୟସ୍ତରୀୟ ହୋଇପାରିବ ସେ ଦିଗରେ ସମ୍ପୂର୍ଣ୍ଣ ସାହାଯ୍ୟ, ସହଯୋଗ କରିବା ସହିତ ସଦାସର୍ବଦା ଆଦିବାସୀ ଭାଇ ଭଉଣୀମାନଙ୍କ ସହିତ ଯୋଡି ହୋଇ ରହିବେ ବୋଲି ମୁଖ୍ୟଅତିଥି  ଆଡ଼ଭୋକେଟ କୈଳାଶ ଚନ୍ଦ୍ର ସାହୁ ମତ ବ୍ୟକ୍ତ କରିଥିଲେ ।