ଆମକୁ ଲଢ଼ିବାକୁ ପଡ଼ିବ
ନିର୍ବାଚନରେ ପରାଜୟକୁ ସ୍ୱୀକାର କରିବା ସହ ପିସିସି ସଭାପତି ଭକ୍ତ ଚରଣ ଦାସ କର୍ମୀମାନଙ୍କୁ ଲଢେ଼ଇ କରିବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତିଯେ, ସଂଘର୍ଷର ପଥ ଫୁଲ ନୁହେଁ, କଣ୍ଟାରେ ପରିପୂର୍ଣ୍ଣ । ଏହା ଏକ ଲମ୍ବା ଲଢେଇ; ଏହା ଆଜି କିମ୍ବା କାଲିର କଥା ନୁହେଁ । ଏହା ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏକ ଲଢେଇ । ଆମକୁ କ୍ଷେତ୍ରରେ ରହିବାକୁ ପଡିବ ଏବଂ ଲଢେଇ ଜାରି ରଖିବାକୁ ପଡିବ । ବିଜୟ କିମ୍ବା ପରାଜୟ ନିଶ୍ଚିତ ନୁହେଁ । ଆମକୁ ଲଢ଼ିବାକୁ ପଡିବ ବୋଲି ସେ କହିଛନ୍ତି ।