ହକ୍‌ର ଲଢେ଼ଇ ଜାରି ରହିବ 

ହକ୍‌ର ଲଢେ଼ଇ ଜାରି ରହିବ 

ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତିଯେ, ନିର୍ବାଚନ ଆସିବ ଯିବ, କିନ୍ତ ଆମର ମୂଲ୍ୟବୋଧ ଓ ଜନତାଙ୍କ ଆସ୍ଥା ବଜାୟ ରହିବା ଦରକାର । ଏହି ଅବସରରେ ସେ ନୂଆପଡ଼ାବାସୀ, ବିଜେଡ଼ିର କର୍ମୀମାନଙ୍କୁ ଧନ୍ୟବାଦ ଜଣାଇବା ସହ ବିଜୟୀ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ବିଜୟକୁ ସମ୍ମାନ ଜଣାଇ ନୂଆପଡ଼ାବାସୀଙ୍କ ପାଇଁ କାର୍ଯ୍ୟ କରିବାକୁ ନବୀନ ଆହ୍ୱାନ ଜଣାଇଛନ୍ତି । ସେହିପରି ବିଜେଡ଼ି ଅନେକ ଉତଥାନ ପତନ ଦେଇ ଗତି କରିଥିବାବେଳେ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ଓଡ଼ିଶାବାସୀଙ୍କ ହକର ଲଢେ଼ଇ ଜାରି ରଖିବାକୁ ସେ ଆହ୍ୱାନ ଦେଇଛନ୍ତି ।