ଆରକ୍ଷୀ-ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ
ଚମ୍ପୁଆ : ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଉପଖଣ୍ଡସ୍ତରୀୟ ଆରକ୍ଷୀ-ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ଉପଜିଲ୍ଲାପାଳ ଉମାକାନ୍ତ ପରିଡାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ଏସ୍ଡିପିଓ ରଶ୍ମିରଞ୍ଜନ ସାହୁ, ବଡ୍ବିଲ ଏସ୍ଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ, ଉପଖଣ୍ଡ ଚିକିତ୍ସାଧିକାରୀ ଉମାକାନ୍ତ ସାହୁ, ବିଡିଓ ସୃତିରଞ୍ଜନ ସାହୁ, ଡେପୁଟି କଲେକ୍ଟର ଶିବବ୍ରତ ତ୍ରୀପାଠି, ବଡବିଲ ତହସିଲଦାର ରାକେଶ ପଣ୍ଡା, ଝୁମ୍ପୁରା ତହସିଲଦାର ରୋହିତ ବାଗ ପ୍ରମୁଖ ଯୋଗଦେଇଥିଲେ । ଏହି ପରୀପ୍ରେକ୍ଷୀରେ ଉପସ୍ଥିତ ଅଧିକାରୀ ନିଜ ନିଜର ଅନୁଭୂତି, କାର୍ଯ୍ୟ କ୍ଷେତ୍ରରେ ଉପୁଜୁଥିବା ସମସ୍ୟା, ଆଇନ ଶୃଙ୍ଖଳା ପରିସ୍ଥିତିର ସମାଧାନ ଉପରେ ଆଲୋଚନା କରିବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତିରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ ଭୂମିକା ଉପରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମରେ ଚମ୍ପୁଆ ଅତିରିକ୍ତ ତହସିଲଦାର ପ୍ରତିକ୍ଷା ପ୍ରିୟଦର୍ଶିନୀ ପ୍ରମୁଖ ମଂଚାସୀନ ଥିବାବେଳେ, ଉପଖଣ୍ଡର ବିଭିନ୍ନ ଥାନା ଅଧିକାରୀ, ସହକାରୀ ଜିଲ୍ଲାପାଳ, ଯୋଡା ମୁ୍ୟନିସିପାଲଟି ନିର୍ବାହୀ ଅଧିକାରୀ, ଏଡିଡବ୍ଲୁଓ, ଆରଆଇ, ଅବକାରୀ ଅଧିକାରୀ, ରାଜସ୍ୱ ସୁପରଭାଇଜର, ଅତିରିକ୍ତ ତହସିଲଦାର ବଡବିଲ ପ୍ରମୁଖ ଉପସ୍ଥିତ ଥିଲେ ।