ନବ ଜୀବନ ଫାଉଣ୍ଡେସନର ରାଜ୍ୟସ୍ତରୀୟ ସମାରୋହ
ଧାମନଗର : ଧାମନଗର ବ୍ଲକ ଖଡିପଦା ପଞ୍ଚାୟତ କାବେଶ୍ୱର ମନ୍ଦିର ପରିସରରେ ନବ ଜୀବନ ଫାଉଣ୍ଡେସନର ରାଜ୍ୟସ୍ତରୀୟ ଅଷ୍ଟମ ବାର୍ଷିକ ଉସôବ ଓ ସମ୍ବର୍ଦ୍ଧନା ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି ରାଜ୍ୟ ସ୍ତରୀୟ ସମାରୋହକୁ କଂଗ୍ରେସ ବିରୋଧୀ ଦଳର ଉପ ନେତା ତଥା ବାସୁଦେବପୁର ବିଧାୟକ ଅଶୋକ ଦାସ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥଲେ । ମୁଖ୍ୟ ବକ୍ତା ଭାବେ ପ୍ରବୋଚକ ସଂଗ୍ରାମ ଆଚାର୍ଯ୍ୟ, ରାଜ୍ୟ କୃଷକ ନେତା ଶେଷ ଦେବ ନନ୍ଦ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ନାରାୟଣ ଚନ୍ଦ୍ର ପାଢି ଯୋଗଦେଇ ବର୍ତ୍ତମାନ ସମୟରେ ଯୁବକ ମାନଙ୍କର ଆବଶ୍ୟକତା ରହିଛି । ସମାଜ ସେବାରେ ନିଜକୁ ନିୟୋଜିତ କରି ସମାଜ ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆଗେଇ ଆସିବାକୁ ଅତିଥି ମାନେ ଆହ୍ୱାନ ଦେଇଥିଲେ । ନବଜୀବନ ଫାଉଣ୍ଡେସନର ସମ୍ପାଦକ ମାନସ ରଞ୍ଜନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ନବ ଜୀବନ ଫାଉଣ୍ଡେସନର ଯୁବ ସଂଗଠକ ତଥା ସାମ୍ୱାଦିକ ବିବେକାନନ୍ଦ ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସାମ୍ୱାଦିକ ବୈକୁଣ୍ଠ ନାଥ ସାହୁ ସଞ୍ଚାଳନା କରିଥିଲେ । ଏହି ଅବସରରେ ସମାଜ ସେବୀ, କଳାକାର, ଶିକ୍ଷକ,ସାମ୍ୱାଦିକ ଓ ନୁତ୍ୟ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ଅନିଲ ଘଡାଇ, ସଂଜୟ ବେହେରା, ରୁଦ୍ରନାରାୟଣ ଦାସ, ବିଜୟ ସାହୁ, ତପନ ଜେନା, ପ୍ରଦୁ୍ୟମ୍ନ ସାହୁ, ମନୋଜ ନନ୍ଦ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ନୃତ୍ୟପରିବେସଣ କରାଯାଇ ଥିଲା । ଶେଷରେ ନବ ଜୀବନ ଫାଉଣ୍ଡେସନର ଅନ୍ୟତମ କାର୍ଯ୍ୟ କର୍ତ୍ତା ଅରୂପ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।