ହାତ ଧରିଲେ ପୂର୍ବତନ ସରପଞ୍ଚ 

ହାତ ଧରିଲେ ପୂର୍ବତନ ସରପଞ୍ଚ 


 ଜାରକା :ଧର୍ମଶାଳା କଂଗ୍ରେସ ପକ୍ଷରୁ ଜାରକା କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଅନ୍ତର୍ଗତ ଉତ୍ତର ପ୍ରତାପ ପଞ୍ଚାୟତ ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ତରାଇ ଓ ତାଙ୍କ ସହଯୋଗୀ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ । ଶ୍ରୀ ତରାଇଙ୍କୁ ପୁଷ୍ପଗୁଛ ଓ ଦଳୀୟ ଉତ୍ତରୀୟ ପିନ୍ଧାଇ ବିଧାୟକ ପ୍ରାର୍ଥୀ କିସାନ ପଣ୍ଡା ସ୍ୱାଗତ କରିଥିଲେ । ଶ୍ରୀ ତରାଇ କଂଗ୍ରେସ ଦଳରେ ଥିବା ବେଳେ ଉତରପ୍ରତାପ ପଞ୍ଚାୟତର ସରପଞ୍ଚ ହୋଇଥିଲେ । ପରେ ସେ କଂଗ୍ରେସ ଦଳ ଛାଡି ବିଜେପି ଓ ବିଜେଡି ଦଳରେ ଯୋଗ ଦେଇଥିଲେ । ମିଶ୍ରଣ ପର୍ବରେ ବରିଷ୍ଠ କଂଗ୍ରେସ ନେତା ବସନ୍ତ କୁମାର ପରିଡ଼ା, ସୁଧାକର ରାଉତ, ବ୍ଲକ କଂଗ୍ରେସ ସଭାପତି ପ୍ରଫୁଲ୍ଲ କୁମାର ରାୟ, ପୂର୍ବତନ ଯୁବ କଂଗ୍ରେସ ସଭାପତି ସଞ୍ଜୟ କୁମାର ରାଉତ, ପୂର୍ବତନ ସମିତି ସଭ୍ୟ ନରୋତମ ନାୟକ, ନକୁଳ ଜେନା, ଯୁବନେତ