ଆରମ୍ଭ ହେଲା ଲିଙ୍ଗରାଜ ମହୋସବ : ଏକାମ୍ର କ୍ଷେତ୍ର ସଂସ୍କୃତିର ସହର: ସୁରଜ
ଭୁବନେଶ୍ୱର : ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ଲିଙ୍ଗରାଜ ମହୋସôବ ଉଦ୍ଘାଟିତ ହୋଇଯାଇଛି । ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଚିତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା । ପ୍ରଥମେ ତ୍ରିଧାରା ନୃତ୍ୟ ଅନୁଷ୍ଠାନ ପକ୍ଷରୁ ଗୁରୁ ପ୍ରତିଭା ପଣ୍ଡା ଓ ସାଥୀଙ୍କ ଦ୍ୱାରା ଓଡିଶୀ ନୃତ୍ୟରେ ପରିବେଷଣ କରିଥିଲେ । ପରେ କୋଲକତାରୁ ଆସିଥିବା ରାଜୟୋତି ଡ୍ୟାନ୍ସ ଗୃପ୍ ଦ୍ୱାରା କ୍ରୀଏଟିଭ୍ ନୃତ୍ୟ ପରିବେଷଣ କରାଯାଇଥିଲା । ପରେ ଇଷ୍ଟନ୍ଜୋନ୍ କଲଚରାଲ ସେଣ୍ଟର ପକ୍ଷରୁ କଳାକାରଙ୍କ ଦ୍ୱାରା ପୁରିଲିଆ ଛଉ ନୃତ୍ୟ ଓ ଗଞ୍ଜାମର ଶ୍ରୀ ଜଗନ୍ନାଥ ସାଂସ୍କୃତିକ କଳା ନିକେତନର କଳାକାରଙ୍କ ଦ୍ୱାରା ନୃତ୍ୟ ଓ କୋଲକତାର ତାରକ ସାହାଙ୍କ ଗୃପ୍ ଦ୍ୱାରା ଗୌଡିଆ ନୃତ୍ୟ ମନ ମୁଗ୍ଧ କରିଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଉସôବକୁ ଉଦ୍ଘାଟନ କାର କାର୍ଯ୍ୟକ୍ରମର ପ୍ରଶଂସା କରିଥିଲେ । ଏକାମ୍ର କ୍ଷେତ୍ର ସଂସ୍କୃତିର ସହର ବୋଲି କହିଥିଲେ । ସମ୍ମାନୀତି ଅତିଥିଭାବେ ବିଧାୟକ ବାବୁ ସିଂ, ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ବିଜେପି ନେତା ଜଗନ୍ନାଥ ପ୍ରଧାନ, ପ୍ରିୟଦର୍ଶୀ ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥି, ରଶ୍ମୀ ମହାପାତ୍ର, ପ୍ରକାଶନୀର ଉପଦେଷ୍ଟା ଶିବାନନ୍ଦ ରାୟ, ବିଜେଡି ନେତା ମନ୍ମଥ ରାଉତରାୟ, ଚିନ୍ତା ଚେତନାର ମହାସଚିବ ସୁରେନ୍ଦ୍ର ଦାସ, ପୂର୍ବତନ କର୍ପୋରେଟର ରାଜେନ୍ଦ୍ର ସମର୍ଥା, ସୁରେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ଅନୁଷ୍ଠାନର ସଭାପତି ତଥା ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ସାଧାରଣ ସମ୍ପାଦକ ସନତ୍ ମିଶ୍ର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମଜୁ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ନିଦେ୍ର୍ଦଶନାରେ ବାସୁଦେବ ନାଥ ଓ ଋତୁପୂର୍ଣ୍ଣା ମହାପାତ୍ର ଗୁଡ଼ି ଏହାକୁ ସଂଯୋଜନା କରିଥିଲେ । ଏଥିରେ ଅନୁଷ୍ଠାନର କୋଷାଧକ୍ଷ ରତିକାନ୍ତ ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଦୁ୍ୟମ୍ନ କୁମାର ମହାନ୍ତି, ମୁଖପାତ୍ର ଲିଙ୍ଗରାଜ ସାହୁ, ମ୍ୟାନେଜର ବିଶ୍ୱନାଥ ମହାପାତ୍ର, ବାବନ ଚନ୍ଦ୍ର ମହାପାତ୍ର, କେଦାରନାଥ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ପ୍ରମୋଦ ଦାସ, ସୁଧୀର ରଞ୍ଜନ ଜେନା, ପ୍ରତାପ ପଟ୍ଟନାୟକ, ତପନ ମହାସୁଆର, ଗଣେଶ ପାଲ, ଦେବାଶିଷ ସ୍ୱାଇଁ ପ୍ରମୁଖ ପରିଚାଳନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀ ସୁରଜ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶେଷରେ ମୁଖପାତ୍ର ଲିଙ୍ଗରାଜ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ ।