ଆୟୁଷ୍ମାନ କାର୍ଡ ବଣ୍ଟନ
ଆସିକା : ଭାରତ ସରକାର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ରେ ଜନ ସାଧାରଣ ମାନଙ୍କ ସ୍ୱାସ୍ଥ୍ୟ ଉନ୍ନତି ନିମନ୍ତେ ଆୟୁଷ୍ମାନ ସ୍ୱାସ୍ଥ୍ୟକାର୍ଡ ଆରମ୍ଭ କରିଥିଲେ । ସେହିକ୍ରମରେ ଆସିକା ବିଧାନସଭା ଅନ୍ତର୍ଗତ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ସମସ୍ତ ହିତାଧିକାରୀଙ୍କୁ କିଭଳି ସୁବିଧାରେ ଏହି କାର୍ଡ ଉପଲବ୍ଧ ହେବ ସେଥିପ୍ରତି ବଣ୍ଟନ କାର୍ଯ୍ୟ ଅଗ୍ରସରରେ ଚାଲିଛି । ଆସିକା ବ୍ଲକର ୨୭ ପଞ୍ଚାୟତର ୯୩ ଗ୍ରାମକୁ ପ୍ରଥମ ପର୍ଯ୍ୟାୟ ରେ ୨୩୨୫ ଗୋଟି ଆୟୁଷ୍ମାନ କାର୍ଡ ବଣ୍ଟନ ନିମନ୍ତେ ନିଦେ୍ର୍ଦଶ ଆସିଛି । ଏହାକୁ ଆଧାର କରି ଗ୍ରାମରେ କାର୍ଯ୍ୟରତ ଆଶା କର୍ମୀମାନେ ଘର ଘର ବୁଲି ସଚେତନତା କରାଉଛନ୍ତି । ଯେଉଁ ହିତାଧିକାରୀଙ୍କ ଆୟୁଷ୍ମାନ କାର୍ଡ ଆସିଛି ସେମାନଙ୍କ ଜନ ସେବା କେନ୍ଦ୍ର ଠାରେ ଇକେୟାଇସି ଉପଡେଟ ହେବାପରେ ଆଶା କର୍ମୀ ଏହି ନୂତନ ସ୍ୱାସ୍ଥ୍ୟକାର୍ଡ ପ୍ରଦାନ କରୁଛନ୍ତି । ଏହି କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ ବାଲିସିରା ମେଡିକାଲର ଭାରପ୍ରାପ୍ତ ଚିକିସôାଧିକାରୀ ଡାକ୍ତର ମଧୁସୂଦନ ବାରିକ, ବ୍ଳକର କାର୍ଯ୍ୟକ୍ରମ ପରିଚାଳିକା ସାଗରୀକା ମିଶ୍ର ଓ ଭାରପ୍ରାପ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ କୁବେର ପାତ୍ରଙ୍କ ପ୍ରତୋକ୍ଷ ତତ୍ୱାବଧାନରେ ଡାକ୍ତର ମନୋଜ ସ୍ୱାଇାଁଙ୍କ ସଂଯୋଜନାରେ ବଣ୍ଟନ କାର୍ଯ୍ୟ ସୁଚାରୁରୂପେ