"ବିଜ୍ଞାନ ଓ ପ୍ରଯୁକ୍ତି ହିଁ ବିକାଶର ମୂଳମନ୍ତ୍ର' : ଜୈବ-ପ୍ରଯୁକ୍ତି ବିଦ୍ୟା ଓ ପାରମ୍ପରିକ ଔଷଧ ଉପରେ ଫୋକସ୍
ଭୁବନେଶ୍ୱର: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ହିଁ ବିକାଶର ମୂଳମନ୍ତ୍ର । ବିଜ୍ଞାନର ଉପଯୋଗ ସାଧାରଣ ଜନତାଙ୍କ ସୁବିଧା ସୁଯୋଗକୁ ଆଖି ଆଗରେ ରଖି ସ୍ଥାୟୀ ପରିବର୍ତ୍ତନ ଆଣିବାରେ ନିୟୋଜିତ ହେବା ଉଚିତ । ତୃଣମୂଳସ୍ତରରେ ଗବେଷଣା ସହିତ ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣି ଅର୍ଥନୈତିକ ଓ ପ୍ରଗତିର ଶୀର୍ଷ ସ୍ଥାନରେ ରାଜ୍ୟକୁ ପହଁଚାଇବା ମୂଳ ଉଦେ୍ଦଶ୍ୟ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ।
ଆଜି ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଆୟୋଜିତ ‘ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉସôବ - ୨୦୨୩' କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସେ ଏହା କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେଯେ, ବିଜ୍ଞାନ ଏବଂ କାରିଗରୀର ଉନ୍ନତି ସହିତ ଆମକୁ କୃଷି, ସ୍ୱାସ୍ଥ୍ୟ, ଶକ୍ତି, ଶିକ୍ଷା ଓ ପରିବେଶ ବିଷୟରେ ଉନ୍ନତ ଜ୍ଞାନ କୌଶଳ ତଥା ଯନ୍ତ୍ରପାତି ଉଦ୍ଭାବନ ଉପରେ ମନୋନିବେଶ କରି ବିକାଶର ଗତିକୁ ଆହୁରି କ୍ରିୟାଶୀଳ କରିବାକୁ ପଡ଼ିବ । ଆମର ଜ୍ୟୋତିର୍ବିଦ୍ୟା, ଗଣିତ ଓ ଔଷଧ ଶାସ୍ତ୍ର ସାରା ପୃଥିବୀରେ ଅଗ୍ରଣୀ । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆଜିର ସମୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସ୍ତରକୁ ଆହୁରି ଉନ୍ନତ କରି ପାରିଛି । ଭାରତୀୟ ବିଜ୍ଞାନ ମଧ୍ୟ ଆଜି ବିଶ୍ୱ ସ୍ତରରେ ଖୁବ ନାଁ କରିଛି । ଡିପ୍ ଟେକ୍ ଏବଂ ଫ୍ରଣ୍ଟିୟର ଟେକ୍ନୋଲୋଜି ପ୍ରୟାସର ଏକ ଅଂଶ ଭାବରେ, ଆମେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ବ୍ଲକ ଚେନ୍, ରୋବୋଟିକ୍ସ ଏବଂ କ୍ୱାଣ୍ଟମ୍ କମ୍ପୁ୍ୟଟିଂ ଭଳି ଅଭିନବ ପ୍ରୟାସ ଉପରେ ବିଶେଷ ଧ୍ୟାନ ଦେଉଛୁ ବୋଲି ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ । ନେଟୱାର୍କ ମଧ୍ୟ ପ୍ରତିଷ୍ଠା କରାଯିବ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେଯେ, ଦିନକୁ ଦିନ ବିଜ୍ଞାନ ପ୍ରତି ଲୋକମାନଙ୍କର ଆଗ୍ରହ ବଢ଼ି ଚାଲିଛି । କାରଣ ଆଜି ଆମମାନଙ୍କର ଜୀବନଶୈଳୀ ବିଜ୍ଞାନ ଉପରେ ଅନେକ ମାତ୍ରାରେ ନିର୍ଭରଶୀଳ ହୋଇଅଛି । ଏଣୁ ଯିଏ ବିଜ୍ଞାନରେ ଶକ୍ତିଶାଳୀ ହେବ, ପ୍ରକୃତରେ ସେ ଶକ୍ତିଶାଳୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଫେସର ରାଜ କିଶୋର ଦ୍ଭ ୭ ପୃଷ୍ଠାରେ...