ଗଦି-ପଞ୍ଚୁଟିକ୍ରି ରାସ୍ତା କାର୍ଯ୍ୟ ନିମ୍ନମାନର

ଚାନ୍ଦବାଲି  : ରାଜ୍ୟ ଓ କେନ୍ଦ୍ର ସରକାର ରାସ୍ତା ନିର୍ମାଣ ପାଇଁ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି ସତ ହେଲେ କିଛି ବିଭାଗୀୟ ଯନ୍ତ୍ରୀ ଏବଂ ଦୁର୍ନୀତିଖୋର ଠିକାଦାରଙ୍କ ମଧୁ ଚନ୍ଦ୍ରିକା ପାଇଁ ରାସ୍ତାର କାର୍ଯ୍ୟ ଅଳ୍ପ ଦିନରେ ବେହାଲ ହୋଇପଡୁଛି । ଜନ ସାଧାରଣ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି  । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଗଦି ପଞ୍ଚୁଟିକ୍ରି ରାସ୍ତାରେ । ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ପକ୍ଷରୁ  ଭଦ୍ରକରୁ ଧାମରା ଯୋଗାଯୋଗ ଦୂରତା କମ ପାଇଁ ଗଦିଠାରୁ ପଞ୍ଚୁଟିକ୍ରି ଘାଟ ପର୍ଯ୍ୟନ୍ତ ୧୦ କିଲୋ ମିଟର ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି  । ହେଲେ ରାସ୍ତାର ସ୍ଥାୟିତ୍ୱକୁ ନେଇ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ ଆଣିଛନ୍ତି ପୂର୍ବତନ  ସମିତି ସଭ୍ୟାଙ୍କ ପ୍ରତିନିଧି ସୁଶାନ୍ତ ନାୟକ । ସୂଚନା ମୁତାବକ ଆଜକୁ ଦୀର୍ଘ ବର୍ଷ ହେବ ଗଦି ପଞ୍ଚୁଟିକ୍ରି ରାସ୍ତା ଜନସାଧାରଣଙ୍କ ପାଇଁ ମରଣଯନ୍ତା ପାଲଟି ଥିଲା  । ହେଲେ ଅଞ୍ଚଳବାସୀଙ୍କ ଅଭିଯୋଗ କ୍ରମେ ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ହାତକୁ ରାସ୍ତାର ନୂତନ କାର୍ଯ୍ୟଭାର ପାଇଁ କୋଟି କୋଟି ଟଙ୍କା ମଞ୍ଜୁରୀ କରାଯାଇଛି । ହେଲେ କାର୍ଯ୍ୟ ଆରମ୍ଭକୁ ଦୀର୍ଘ ମାସ ବିତି ଯାଇଥିଲେ ମଧ୍ୟ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରେ ନାଁ ଧରୁନି । କାର୍ଯ୍ୟରତ ବିଭାଗୀୟ ଯନ୍ତ୍ରୀ କାର୍ଯ୍ୟ କ୍ଷେତ୍ରକୁ ଆସୁନଥିବା ଅଭିଯୋଗ ଅଭିଯୋଗ ଦେଖିବାକୁ ମିଳୁଛି । ରାସ୍ତାର କାର୍ଯ୍ୟଭାର ନେଇଥିବା ଠିକାଦାର ନିମ୍ନମାନର କାର୍ଯ୍ୟ କରୁଥିବା ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ୍ୟ କାର୍ଯ୍ୟନୁଷ୍ଠାନ ନେବାରେ ବିଫଳ ରାଜ୍ୟ ସରକାରଙ୍କ ରାସ୍ତା ଓ ଗୃହ ବିଭାଗ  । ଯଦି ବିଗତ ଦିନରେ ଉକ୍ତ  ଠିକାଦାର ଉପରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟନୁଷ୍ଠାନ ନ ନିଅନ୍ତି ୨୦୦ରୁ ଅଧିକ ମହିଳା ଓ ପୁରୁଷମାନଙ୍କୁ ନେଇ ରାସ୍ତା ସମ୍ପୂର୍ଣ ବନ୍ଦ କରିବା ସହିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଟରେ ଅଭିଯୋଗ କରିବାକୁ ଚେତାବନୀ ଦେଉଛନ୍ତି ଅଞ୍ଚଳବାସୀ  ।