ଚାଷ ଜମିରେ ବର୍ଷା ପାଣି, ଚିନ୍ତାରେ ଚାଷୀ
ବରୀ : ବନ୍ୟାଞ୍ଚଳ ବରୀରେ ଅଧିକାଂଶ ପରିବାର ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି । ରଜ ପୂର୍ବରୁ ବିଲହଳ କରି ଧାନ ବିହନ ବୁଣିବାକୁ ଆଶା ରଖିଥିବା ବେଳେ ପ୍ରାକ ମୌସୁମୀ ବର୍ଷା ଯୋଗୁ ବିଲରେ ପାଣି ଜମି ରହିବା ଫଳରେ ଚାଷୀମାନେ ଧାନବିହନ ବୁଣି ପାରିବେ ନାହିଁ । ରଜ ପୂର୍ବରୁ ଚାଷୀମାନେ କ୍ଷେତରେ ଧାନବୁଣା କାମ ସାରିରଜ ତିନିଦିନକୁ ପାଳନ କରିଥାନ୍ତି । ହେଲେ ଏବର୍ଷ ମୌସୁମୀ ବର୍ଷା ପରେ ଦୁଇ ଦିନ ଭିତରେ ମୌସୁମୀ ଆସିବାର ପାଣିପାଗ ବିଭାଗ ସୂଚନା ଦେଇଛି । ଏଥିଲାଗି ଚିନ୍ତାରେ ଚାଷୀ । ଧାନବୁଣିବା ବିଳମ୍ବ ହେବ ବୋଲି ଚାଷୀ ପ୍ରକାଶ କରିଛନ୍ତି ।