ଉକ୍ରଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ସାମାଜିକ ପରିବର୍ତ୍ତନର ଦାୟିତ୍ୱ ନିଅନ୍ତୁ: ରାଜ୍ୟପାଳ

  ଭୁବନେଶ୍ୱର:  ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀମାନେ ଶିକ୍ଷାକୁ ଏକ ସାମୂହିକ ଦାୟିତ୍ୱ ଭାବରେ ଗ୍ରହଣ କରିବା, ସେମାନଙ୍କର ଜ୍ଞାନକୁ ସମାଜର ଉନ୍ନତି ଓ କରୁଣାପୂର୍ଣ୍ଣ ସମାଜ ଗଠନ ପାଇଁ ବ୍ୟବହାର କରିବା ସହ ସାମାଜିକ ପରିବର୍ତ୍ତନର ଦାୟିତ୍ୱ ନିଅନ୍ତୁ ବୋଲି ରାଜ୍ୟପାଳ ଡ. ହରିବାବୁ କମ୍ଭମ୍ପାଟି ଆହ୍ୱାନ ଜଣାଇଛନ୍ତି । ଆଜି ଅପରାହ୍ନରେ ଉକôଳ ବିଶ୍ୱବିଦ୍ୟାଳୟ ଏମ୍କେସିଜି ଅଡିଟୋରିୟମ୍ ଠାରେ ଉକôଳ ବିଶ୍ୱ ବିଦ୍ୟାଳୟର ଆଲୁମନି ଆସୋସିଏସନ୍ର ପଞ୍ଚମ ବାର୍ଷିକ ସମାରୋହରେ ମୁଖ୍ୟ ଅତିଥି ଭାବେ ଉଦ୍ବୋଧନ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି । ନିଜ ଉଦ୍ବୋଧନରେ ରାଜ୍ୟପାଳ କହିଥିଲେ ଯେ, ଶିକ୍ଷା କେବଳ ବ୍ୟକ୍ତିଗତ ସଫଳତା ନୁହେଁ ଏହା ସମାଜକୁ ଆଲୋକିତ ଓ ପରିବର୍ତ୍ତନ କରିବା ପାଇଁ ଜୀବନବ୍ୟାପୀ ଦାୟିତ୍ୱ । ଆଠଟି ଗୌରବମୟ ଦଶନ୍ଧିରୁ ଅଧିକ ସମୟ ଧରି ଉକôଳ ବିଶ୍ୱ ବିଦ୍ୟାଳୟ ଜ୍ଞାନର ଏକ ଉଜ୍ଜଳ ଆଲୋକପଥ ହୋଇ ନେତୃତ୍ୱକୁ ଆକାର ଦେଇଛି ବୋଲି ରାଜ୍ୟପାଳ କହିବା ସହିତ ବିଶ୍ୱ ବିଦ୍ୟାଳୟର ଅଭିବୃଦ୍ଧିକୁ ପ୍ରଶଂସା କରିଥିଲେ । ବିଶ୍ୱରେ ସକରାତ୍ମକ ପରିବର୍ତ୍ତନ ପାଇଁ ଏକ ଶକ୍ତି ଭାବରେ ଉଭା ହେବାକୁ ପୁରାତନ ଛାତ୍ର ସଂସଦକୁ ଆହ୍ୱାନ ଜଣାଇଥିଲେ ।  
ଏହି ସମାରୋହରେ ମୁଖ୍ୟ ବକ୍ତା ଭାବେ ଆଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଯୋଗ ଦେଇ ନିଜ ବକ୍ତବ୍ୟରେ ଉକôଳ ବିଶ୍ୱବିଦ୍ୟାଳୟର ଗରିମାମୟ ଇତିହାସ ଓ ପରଂପରା ଏବଂ ରାଜ୍ୟ ତଥା ଦେଶ ପ୍ରତି ଅବଦାନ ସଂପର୍କରେ ଅବତାରଣା କରି ବିଶ୍ୱବିଦ୍ୟାଳୟ ସହ ଜଡିତ ତାଙ୍କର ସ୍ମୃତି ସଂପର୍କରେ ଉଲ୍ଲେଖ କରିଥିଲେ । ଏତଦ୍ବ୍ୟତୀତ ଆଲୁମନି ଆସୋସିଏସନ୍ର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ । ସମ୍ମାନନୀୟ ଅତିଥି ଭାବେ ଉକôଳ ବିଶ୍ୱବିଦ୍ୟାଳୟର ଭାଇସ୍ ଚ୍ୟାନ୍ସେଲର ଯଜେ୍ଞଶ୍ୱର ଦଣ୍ଡପାଟ ବକ୍ତବ୍ୟ ପ୍ରଦାନ କରି ଆଲୁମନି ଆସୋସିଏସନ୍ର ସହଯୋଗରେ ବିଶ୍ୱବିଦ୍ୟାଳୟର ପ୍ରଭୁତ ଉନ୍ନତି ସାଧିତ ହୋଇପାରିବ ବୋଲି କହିଥିଲେ । ପ୍ରାରମ୍ଭରେ ଆଲୁମନି ଆସୋସିଏସନ୍ର ସଭାପତି-ତଥା- ଅବସରପ୍ରାପ୍ତ ବରିଷ୍ଠ ଆଇପିଏସ୍. ଅଫିସର ଡ. ସତ୍ୟଜିତ ମହାନ୍ତି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଆଲୁମନି ଆସୋସିଏସନ୍ର ଉଦେ୍ଦଶ୍ୟ ଏବଂ କାର୍ଯ୍ୟାବଳୀ ସଂପର୍କରେ ଆଲୋକପାତ କରିଥିଲେ । ଆଲୁମନି ଆସୋସିଏସନ୍ର ସାଧାରଣ ସଂପାଦକ ଦେବେନ୍ଦ୍ର ପ୍ରସାଦ ଦାଶ ବକ୍ତବ୍ୟ ପ୍ରଦାନ କରି ଆଗାମୀ ଦିନରେ ଆଲୁମନି ଆସୋସିଏସନ୍ କିପରି ପରିବ୍ୟାପ୍ତ ହୋଇ ଅଧିକ କ୍ରିୟାଶୀଳ ହେବ ସେ ସଂପର୍କରେ ଉଲ୍ଲେଖ କରିଥିଲେ । ଏହି ଅବସରରେ ଏକ ସ୍ମରଣିକା ‘ଉକôଳାୟନ’ ଉନ୍ମୋଚିତ ହୋଇଥିଲା ଏବଂ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍ମୃତ କରାଯାଇଥିଲା ।