ଆମାଜନ୍ ଇଣ୍ଡିଆର "ଦିଖୋଗେ ତୋ ବିକୋଗେ' ଅଭିଯାନ ଶୁଭାରମ୍ଭ
ଭୁବନେଶ୍ୱର : ଆମାଜନ୍ ଇଣ୍ଡିଆର ଡିଜିଟାଲ୍ ମାର୍କେଟ୍ପ୍ଲେସ୍ରେ ବିକ୍ରି କରିବା ଭାରତର କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ କିଭଳି ସରଳ ଓ ପ୍ରଭାବଶାଳୀ ସେନେଇ ସଚେତନତା ସୃଷ୍ଟି କରିବା ପାଇଁ କମ୍ପାନି ପକ୍ଷରୁ "ଦିଖୋଗେ ତୋ ବିକୋଗେ' ଅଭିଯାନର ଶୁଭାରମ୍ଭ କରାଯାଇଛି । ଏଥିରେ ତିନିଟି ସୃଜନଶୀଳ ତଥା କୌତୁକିଆ କମର୍ସିଆଲ୍ ରହିଛି ଯେଉଁଥିରେ ବିଭିନ୍ନ ବିକ୍ରେତା ନିଜର ଉତ୍ପାଦର ପ୍ରସାର ଓ ବିକ୍ରି ଲାଗି କିଭଳି ଅଣ ପାରମ୍ପରିକ ମାଧ୍ୟମ ଆପଣାଉଛନ୍ତି ତାହା ପ୍ରଦର୍ଶିତ କରାଯାଇଛି । ଏହି ଭିଡିଓରେ ଆମାଜନ୍ର ବିଶାଳ ଗ୍ରାହକ ସଂଖ୍ୟା, ଭାରତର ୧୦୦ ପ୍ରତିଶତ ପିନ୍କୋଡ୍ରେ ସେବା ଏବଂ ୧୮ରୁ ଅଧିକ ଗ୍ଲୋବାଲ ମାର୍କେଟ୍ପ୍ଲେସ୍ର ଲାଭ ବିଷୟରେ ସେମାନଙ୍କୁ ଅବଗତ କରାଯାଉଛି ।
ଆମାଜନ ଇଣ୍ଡିଆର ସେଲିଂ ପାର୍ଟନର ସର୍ଭିସେସ୍ ନିଦେ୍ର୍ଦଶକ ଅମିତ ନନ୍ଦ କହିଛନ୍ତି ଆମାଜନରେ ଆମର ମୂଳ ଲକ୍ଷ୍ୟ ହେଉଛି ଇ-କମର୍ସ ମାଧ୍ୟମରେ ସାରା ଭାରତରେ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ସଶକ୍ତ କରିବା । ଏହି ଅଭିଯାନ ମାଧ୍ୟମରେ ଆମେ ଭାରତ ଏବଂ ସମଗ୍ର ବିଶ୍ୱରେ ଗ୍ରାହକଙ୍କ ବିପୁଳ ସଂଖ୍ୟା ପାଖରେ ପହଞ୍ଚି ଇ-କମର୍ସର ଲାଭ ଉଠାଇବା ପାଇଁ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଉତ୍ସାହିତ କରୁଛୁ ।
ବ୍ରାଣ୍ଡ୍ ଏଲ୍ଏଲ୍ପିର ମ୍ୟାନେଜିଂ ପାର୍ଟନର ଆଶିଷ ଖାଞ୍ଜାଞ୍ଚିକହିଛନ୍ତି ଯେ, "ଆମାଜନ ଇଣ୍ଡିଆର ଦିଖୋଗେ ତୋ ବିକୋଗେ ଅଭିଯାନ ଆମର ସବୁଠାରୁ ଆକର୍ଷଣୀୟ ପ୍ରକଳ୍ପ । ଏହି ଅଭିଯାନ ବିକ୍ରେତାଙ୍କ ସହ ଯୋଡ଼ି ହୋଇ ସେମାନଙ୍କ ମହତ୍ୱାକାଂକ୍ଷୀ ଅଭିଯାନକୁ ସ୍ୱୀକାର କରିବା ସହିତ ଆମାଜନକୁ ବ୍ୟବହାରିକ ସମାଧାନ ଭାବରେ ସ୍ଥାନିତ କରିଛି ଯାହା ସେମାନଙ୍କ ବ୍ୟବସାୟିକ ଆକାଂକ୍ଷାକୁ ବାସ୍ତବରେ ପରିଣତ କରୁଛି ।'