ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

 ପାରାଦୀପ  : ପାରାଦୀପ ସ୍ଥିତ ଜେଏସ୍ଡବ୍ଲୁ୍ୟ ଉକôଳ ଷ୍ଟିଲ କାର୍ଯ୍ୟାଳୟ ପରିସରରେ ୭୯ତମ ସ୍ୱାଧିନତା ଦିବସ  ପାଳିତ ହୋଇଛି  । ଏହି ଉତ୍ସବରେ ଜେଏସ୍ଡବ୍ଲୁ୍ୟ ୁ ଗ୍ରୁପର ଅଧିକାରୀ ପ୍ରବୋଧ ଚନ୍ଦ୍ର ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ  ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ଓ ବଳିଦାନ ଦେଇଥିବା ସେହି ମହାନ ସ୍ୱାଧିନତା ସଂଗ୍ରାମୀ ମାନଙ୍କୁ ପ୍ରଣାମ ଜଣାଇଥିଲେ । ଏଥି ସହିତ ଜେଏସ୍ଡବ୍ଲୁ୍ୟ କମ୍ପାନୀର ଆଭିମୁଖ୍ୟ ଓ ଏହାର ଅଭିବୃଦ୍ଧି ସମ୍ପର୍କରେ ଅବଗତ କରାଇଥିଲେ ।ଏହି  ଅବସରରେ କମ୍ପାନୀର ସୁରକ୍ଷା ତଥା ଅନ୍ୟାନ୍ୟ ବିଭାଗରେ ଉଲ୍ଲେଖନୀୟ ଅବଦାନ ପାଇଁ ସୁରକ୍ଷାକର୍ମୀ ଓ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ପରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀଙ୍କ ପରିବାର ପକ୍ଷରୁ ଏକ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । 
ପାରାଦୀପ : ପାରାଦ୍ୱୀପ ରିଫାଇନାରୀ ପକ୍ଷରୁ ୭୯ତମ ସ୍ୱାଧୀନତା ଦିବସ ଦେଶପ୍ରେମ ଓ  ଉତ୍ସାହର  ସହିତ  ମହାଆଡମ୍ବରରେ ପାଳିତ ହୋଇଛି । ଏହି ଉପଲକ୍ଷେ  ରିଫାଇନାରୀ ଟାଉନସିପ ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷ  ଷ୍ଟାଡିୟମରେ ଆୟୋଜିତ ଉତ୍ସବରେ ପାରାଦୀପ ରିଫାଇନାରୀର କାର୍ଯ୍ୟକାରୀ ନିଦେ୍ର୍ଦଶକ  କୌଶିକ୍ ବସୁ ଜାତୀୟ ପତାକା ଉତୋଳନ କରବା ଅବସରରେ  ଉତ୍ସବରେ ସମବେତ ପାରାଦୀପ ରିଫାଇନାରୀର ସମସ୍ତ ପରିବାର  ମିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କରିଥିଲେ । ସେହିଭଳି  ଆମ ଦେଶ ସ୍ୱାଧୀନତା ହାସଲ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ଉଦେ୍ଦଶ୍ୟରେ  କୌଶିକ ବସୁ  ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସମବେତ ଜନ ସମାବେଶକୁ ସମ୍ବୋଧିତ କରି ଶ୍ରୀ ବସୁ କହିଲେ ପାରାଦୀପ ରିଫାଇନାରୀ ସ୍ଥାନୀୟ ଅଞ୍ଚଳର ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି  ଉପରେ ସଦା ସର୍ବଦା ଧ୍ୟାନ ଦେଇ ଆସିଛି, ପିଏକ୍ସ-ପିଟିଏ, ଏଭିଜିଏଏସ୍, ପାରାଦୀପ ପେଟ୍ରୋ କେମିକାଲ କମ୍ପ୍ଲେକ୍ସ ଆଦି ନୂତନ ପ୍ରକଳ୍ପ ଗୁଡିକ ଓଡିଶାର  ଶିଳ୍ପ ଅଭିବୃଦ୍ଧି  ଏକ ନୂତନ ଇତିିହାସ ସୃଷ୍ଟି କରିବାକୁ ଯାଉଛି । ସ୍ୱାଧୀନତା ଦିବସ ପାଳନ ଅବସରରେ ନିକଟସ୍ଥ ଅନାଥ ଆଶ୍ରମର ଅନ୍ତେବାସୀ ମାନଙ୍କୁ  ପାରାଦୀପ ରିଫାଇନାରୀ  ପକ୍ଷରୁ  ଅତ୍ୟାବଶ୍ୟକୀୟ ସାମଗ୍ରୀ  ପ୍ରଦାନ କରାଯାଇଥିଲା  ।  
ଖୋର୍ଦ୍ଧା: ଜିଲ୍ଲା ସଦର ମହକୁମାର ବି.ଜେ.ବି ହାଇସ୍କୁଲ ଖେଳ ପଡ଼ିଆରେ  ୭୯ତମ ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନରେ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସକାଳ ୯.୧୫ମି ସମୟରେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ । ପରେ ପରେଡ ଅନୁଧ୍ୟାନ କରିସାରି ଜିଲ୍ଲା ବାସୀ ଓ ଜାତି ଉଦେ୍ଦଶ୍ୟରେ ନିଜର ଉଦବୋଧନରେ  ସମସ୍ତ ଖୋର୍ଦ୍ଧା ବାସୀଙ୍କୁ ୭୯ତମ ପବିତ୍ର ସ୍ୱାଧିନତା ଦିବସର ସମ୍ମାନ ଓ ସୁଭେତ୍ସା ପ୍ରଦାନ କରିଥିଲେ । ଆନ୍ତର୍ଜାତୀୟ ଖ୍ୟାତନାମା କଳା ଶିଳ୍ପୀ ଅଦୈତ୍ୟ ଚରଣ ଗଡ଼ନାୟକ, ଆନ୍ତର୍ଜାତୀୟ କ୍ରୀଡାବିତ୍ ରିଆନ୍ ବାଶା, ହାଇସ୍କୁଲ, ସିବିଏସଇ, +୨କଳା, ବିଜ୍ଞାନ, ବାଣିଜ୍ୟ ଟପ୍ପର ସୌରଜିତ ପ୍ରଧାନ, ସୋମେଶ ପ୍ରଧାନ, ବିଜୟଲକ୍ଷ୍ମୀ ମାର୍ଥା, ସୁଶିଳ ନାୟକ, ବିଜୟଲକ୍ଷ୍ମୀ ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେହିପରି ପ୍ୟାରେଡ୍ ପ୍ରତିଯୋଗିତାରେ ବିଜେତାଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଲା । ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ୩ ଯଥାକ୍ରମେ ବିଯେବି ହାଇସ୍କୁଲ, ପି ଏନ୍ କଲେଜ ଓ ଏସଡିଏ ହାଇସ୍କୁଲ ଦଳଙ୍କୁ ପୁରଷ୍କୃତ କରାଯିବା ସହ ଶ୍ରେଷ୍ଠ ପ୍ରଜ୍ଞାପନ ମେଢ଼ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ବିଭାଗଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରି ମୁଖ୍ୟ ମୁଖ୍ୟଅତଅତିଥି ପୁରସ୍କୃତ କରିଥିଲେ । ପରେଡରେ ରିଜର୍ଭ ଇନ୍ସପେକ୍ଟର ଅଫ ପୁଲିସ ସତ୍ୟକାନ୍ତ ମନୋରଞ୍ଜନ ଜେନା ଓ ସେକେଣ୍ଡ ଇନ୍ କମାଣ୍ଡ ସର୍ଯେଣ୍ଟ ସୌମ୍ୟ ରଞ୍ଜନ ବରାଳ ସମ୍ପାଦନ କରିଥିଲେ । ବିଧାୟକ ପ୍ରଶାନ୍ତ ଜଗଦେବ, ଜିଲ୍ଲା ପରିଷଦ ସଭାପତି ରୁପଶ୍ରୀ ରାଣୀ ଗୁମାନ ସିଂହ, ଆରକ୍ଷୀ ଅଧିକ୍ଷକ ସାହରିକା ନାଥ, ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ରାଜସ୍ୱ ସାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ କିଶୋର ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅନାଦି ଚରଣ ସେଠୀ, ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ. ସଞ୍ଜୟ ରାୟ, ଜିଲ୍ଲା ଶିକ୍ଷା ଅଧିକାରୀ ଶୋନାମିକା ରାୟ ପ୍ରମୁଖ ଉପସ୍ଥିତ ଥିଲେ । ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ  ଜିଲ୍ଲାପାଳଙ୍କ ଅଫିସ୍ କାର୍ଯ୍ୟାଳୟ ଓ ଆବାସିକ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ । ସେହିପରି ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀ ରାଣୀ ଗୁମାନ ସିଂହ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ପତାକା ଉତ୍ତୋଳନ କରିଥିଲେ ।
ନାଉଗାଁ: ସମଗ୍ର ଦେଶ ସହିତ ନାଉଗାଁ ବ୍ଲକରେ ମଧ୍ୟ ୭୯ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଲ୍ଲାସରେ ପାଳିତ ହୋଇଛି । ବ୍ଲକର ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ସ୍କୁଲ-କଲେଜ, ସାମାଜିକ ସଂସ୍ଥା, ପଞ୍ଚାୟତ କାର୍ଯ୍ୟାଳୟ ଓ ସ୍ଥାନୀୟ ସଂଗଠନରେ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ସହିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ନାଉଗାଁ ବ୍ଲକ କାର୍ଯ୍ୟାଳୟ ଉପାଧ୍ୟାକ୍ଷା ସୁଜିତ ପୁହାଣ, ନାଉଗାଁ ହାଟରେ ଇନ୍ଦିରା ଗାନ୍ଧୀ ପ୍ରତିମୂର୍ତ୍ତି ଠାରେ ବ୍ଲକ କଂଗ୍ରେସ ସଭାପତି ବିଚିତ୍ରା ନନ୍ଦ ଲେଙ୍କା, ଗୋପବନ୍ଧୁ ଠାରେ ବିଜୁ ଜନତା ଦଳ ପକ୍ଷରୁ ପୂର୍ବତନ ଅଧକ୍ଷ ଜଗନ୍ନାଥ ଦାସ, ତହସିଲରେ ତହସିଲରେ ତହସିଲଦାର, ନାଉଗାଁ ଥାନାରେ ଭାରପ୍ରାପ୍ତ ଅଧିକାରୀ, ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଅଧ୍ୟକ୍ଷ, ନାଉଗାଁ ହାଟ ସରକାରୀ ହାଇସ୍କୁଲରେ ପୁରାତନ ଛାତ୍ର ସଂସଦ ସଭାପତି ଜ୍ୟୋତିଷ ଚନ୍ଦ୍ର ଦାସ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅନନ୍ୟା ଅତିଥିଙ୍କ ଦ୍ୱାରା ଧ୍ୱଜା ଉତ୍ତଳନ କରାଯାଇଥିଲା ।
କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆଠାରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଜାତୀୟ ଦିବସରେ ଜିଲ୍ଲାପାଳ ରଘୁରାମ ଆର ଆୟାର ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ସେ ତାଙ୍କ ଅଭିଭାଷଣରେ  ଆମ ଗଣତନ୍ତ୍ରକୁ ସମୃଦ୍ଧ ଓ ସଶକ୍ତ କରିବା ନିମନ୍ତେ ପ୍ରତ୍ୟେକ ନାଗରିକଙ୍କ ଗୁରୁ ଦାୟିତ୍ୱ ରହିଛି ଓ ଏହି ଦାୟିତ୍ୱ ନିର୍ବାହ ସହ ସମାଜର ସବୁ ବର୍ଗର ବ୍ୟକ୍ତିଙ୍କୁ ସାଥିରେ ନେଇ ସାମାଜିକ ଭେଦଭାବ ଦୂର କରି ଏକ ପରିପକ୍ୱ ଓ ପରିପୃଷ୍ଟ ଗଣତନ୍ତ୍ର ପ୍ରତିଷ୍ଠା ଏବଂ ବିକାଶ ପଥରେ ସହଭାଗୀ ହେବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ରହିଛି । ଲକ୍ଷପତି ସୃଷ୍ଟିରେ କେନ୍ଦ୍ରାପଡା ଜିଲ୍ଲା ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି, ଯାହାକି ଜିଲ୍ଲାପାଇଁ ଗୌରବର ବିଷୟ ଓ ଏହା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବେବି ଫ୍ରେଣ୍ଡଲି ହସ୍ପିଟାଲ ଭାବେ ରାଜ୍ୟରେ ପୁରସ୍କୃତ ହେବା ନିଶ୍ଚିତ ଭାବେ ଗର୍ବର କଥା  ବୋଲି କହିଥିଲେ ।  ଏହି ଜାତୀୟ ଦିବସ ଅବସରରେ ପୋଲିସ ବିଭାଗ ସରୋଜ ସାହୁ, ଡିଏସପି, ଦିଲ୍ଲୀପ ସାହୁ ଆଇଆଇସି ଟାଉନ ଥାନା, ଏବଂ ଶିଶିର ସାହୁ ଏଏସ୍ଆଇ ରାଜନଗର ଥାନା । ୨ ଜନ ଅଗ୍ନିଶମ ବିଭାଗର ଶଶୀ ଶେଖର ପଣ୍ଡା ଓ ବିଜୟ କୁମାର ସାହୁ  ଜଣେ ଡାକ୍ତର ଡ. ରଶ୍ମି ରଞ୍ଜନ ମହାନ୍ତି, ଉକ୍ରଳ ଗ୍ରାମୀଣ ଉତ୍ପାଦକ ଗୋଷ୍ଠୀ, କ୍ରୀଡ଼ାବିତ ସାହଦତ ଖାଁ  ଏବଂ ରାଜ୍ୟସ୍ତରୀୟ ବକୃତ ପ୍ରତିଯୋଗିତାରେ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ତେଜ ତନ୍ମୟଙ୍କୁ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ । ଏହାସହିତ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ । ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, ପୌରପାଳିକା ଅଧ୍ୟକ୍ଷା ସରିତା ସାହୁ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟାରିଆ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପରେଡ଼ରେ ମୋଟ ୩୨ଟି ଦଳ ଅଂଶଗ୍ରହଣ କରିଥିଲେ ।