ଉଠା ଦୋକାନୀଙ୍କ ଆତ୍ମହତ୍ୟା ଉଦ୍ୟମ
କଟକ: ସ୍ଥାନୀୟ ସିଡ଼ିଏ ସେକ୍ଟର ୬ ମା’ ମଙ୍ଗଳା ଉଠାଦୋକାନୀ ସଂଘର ସଦସ୍ୟ ଜିତେନ୍ଦ୍ର ସାସମଲ (୩୮) ଆତ୍ମହତ୍ୟା ଉଦ୍ୟମ କରି କଟକ ବଡ଼ ମେଡ଼ିକାଲରେ ମୃତୁ୍ୟ ସହିତ ସଂଗ୍ରାମ କରୁଥିବା ଜଣା ପଡ଼ିଛି । ଏହି ଘଟଣା ପ୍ରଚାରିତ ହେବା ପରେ ମର୍କତନଗର ସମେତ କଟକ ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । କଟକ ଉଠାଦୋକାନୀ ମହାସଂଘ ସଭାପତି ଆଡ଼ଭୋକେଟ ଅମରେନ୍ଦୁ ମହାନ୍ତି ଖବର ପାଇବା ପରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଦୀର୍ଘଦିନ ହେବ ଉଚ୍ଛେଦ ପ୍ରକି୍ରୟା ଜାରି ରହିଥିବାରୁ ପୁଲିସର ନିର୍ଯ୍ୟାତନା ସହି ନପାରି ଜିତେନ୍ଦ୍ର ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା ଅଭିଯୋଗ କରିଛନ୍ତି । ଜିତେନ୍ଦ୍ର ବୃତ୍ତିଗତ ଭାବେ ଜୟପ୍ରକାଶ ନାରାୟଣ ଛକ ଠାରେ ଦୀର୍ଘ ୧୫ବର୍ଷ ହେଲା ଦହିବରା ଓ ଆଳୁଦମ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ମାତ୍ର ଦୋକାନ ବନ୍ଦ ହେବାରୁ ତାଙ୍କର ହାତ ଉଧାରି ବଢ଼ି ଯିବାରୁ ସେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଥିଲା । ତେଣୁ ପୋଲିସର ବାରବାଂର ମାନସିକ ନିର୍ଯ୍ୟାତନା ଓ ହାତଋଣ ବୃଦ୍ଧି ଯୋଗୁଁ ଜିତେନ୍ଦ୍ର ଚରମ ନିଷ୍ପ୍୍ତ୍ତି ନେଇଥିବା କୁହାଯାଉଛି ।