କମେଣ୍ଟ ମରାକୁ କେନ୍ଦ୍ରକରି ଆକ୍ରମଣ, ୩ ଗିରଫ

 ବୈଶିଙ୍ଗା : ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ପୁରୁଣିଆ ଗ୍ରାମର ଡାଳଭଙ୍ଗା ଛକରେ ଶ୍ରୀରାମ ପାଢ଼ୀଙ୍କ ସ୍ତ୍ରୀଙ୍କୁ ଗ୍ରାମର କିଛି ଯୁବକ ଅଶ୍ଳୀଳ କମେଣ୍ଟ କରୁଥିବା ନେଇ  ସ୍ୱାମୀଙ୍କୁ ଫୋନ୍ କରି ଜଣାଇଥିଲେ । ଶ୍ରୀରାମ ଓ ବଡ଼ଭାଇ କାର୍ତ୍ତିକ ଦୁହେଁ ମିଶି ଘଟଣାସ୍ଥଳକୁ ଯାଇ ଦେଖିଲା ବେଳକୁ ଚାରିଜଣ ଯୁବକ ମଦ୍ୟପାନ କରୁଥିଲେ । ଘଟଣା ବାବଦରେ ପଚାରିବାରୁ ସେମାନେ ଗାଳିଗୁଲଜ କରିବା ସହ ଧମକପୂର୍ଣ୍ଣ ଚେତାବନୀ ଦେଇଥିଲେ । ଏନେଇ ଦୁଇଭାଇ ବୈଶିଙ୍ଗା ଥାନାରେ ଅଭିଯୋଗ କରିବାପରେ ଡାଳଭଙ୍ଗା ଛକ ନିକଟରେ ପ୍ରାୟ ଦଶ ଜଣ ଦୁର୍ବୃତ୍ତ ସେମାନଙ୍କୁ ଘେରିଯାଇ ଆକ୍ରମଣ କରିଥିଲେ । ଦୁଇଭାଇ ଧାନ ବିଲ ଭିତରେ ଦୈଡୁଥିବା ବେଳେ ପ୍ରଚୁର ରକ୍ତସ୍ରାବ ଯୋଗୁଁ ସେ ଚେତାଶୂନ୍ୟ ହୋଇଯାଇଥିଲେ । ମରିଗଲେ ଭାବି ତାଙ୍କୁ ଛାଡି ଚାଲିଯାଇଥିଲେ । ଏହି ଘଟଣଶରେ ପୁଲିସ ରାଜେନ୍ଦ୍ର ବେହେରା ୨୯ ବର୍ଷ , ଗୌତମ ପ୍ରଧାନ ୨୮ ବର୍ଷ ଓ ଗଣେଶ୍ୱର ସିଂହ , ୨୮ ବର୍ଷ  ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଥାନାଧିକାରୀ ବାରିଣୀ ଦାସଙ୍କ ସୂଚନା ଦେଇଛନ୍ତି ।