ଜିଲ୍ଲା ବିଜେପି ପକ୍ଷରୁ କର୍ମଶାଳା
ସାଲେପୁର: ଭାରତୀୟ ଜନତା ପାର୍ଟି କଟକ ଗ୍ରାମୀଣ ଜିଲ୍ଲାର ସଭାପତି ରାମନାରାୟଣ ମହାନ୍ତିଙ୍କ ନେତୃତ୍ୱରେ ସାଲେପୁର ନିର୍ବାଚନ ମଣ୍ଡଳୀରେ କେନ୍ଦ୍ର ସରକାରଙ୍କ ୧୧ବର୍ଷ ଓ ରାଜ୍ୟ ସରକାରଙ୍କ ୧ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟଅତିଥି ଭାବେ ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ଐଶର୍ଯ୍ୟା ବିଶ୍ୱାଳ, ଆଠଗଡ଼ର ପୂର୍ବତନ ବିଧାୟକ ରମେଶ ରାଉତ, ମାହାଙ୍ଗା ନିର୍ବାଚନ ମଣ୍ଡଳୀର ନେତା ସୁମନ୍ତ ଘଡେଇ, ବରିଷ୍ଠ ବିଜେପି ନେତା କୁଂଜମୋହନ ସେଠୀ, ରାଜ୍ୟ କୃଷକ ମୋର୍ଚ୍ଚା ସଂପାଦକ ସତ୍ୟବାଦୀ ଚଇନି ଉପସ୍ଥିତ ରହି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିକାଶମୂଳକ କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ । ସାଲେପୁର ମଣ୍ଡଳ ସଭାପତି ଅସିତ୍ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସଭାରେ ବହୁଗ୍ରାମ ମଣ୍ଡଳ ସଭାପତି ହେମନ୍ତ ସ୍ୱାଇଁ, ରାଇସୁଙ୍ଗୁଡ଼ା ମଣ୍ଡଳ ସଭାପତି ରମେଶ ନାୟକ, ତ୍ରିଲୋଚନ ରାଉତ, ସ୍ମୃତିରଂଜନ ମହାନ୍ତି, କିଶୋର ମହାନ୍ତି, ସତ୍ୟ କର, ସନ୍ତୋଷ ରାଉତ, ଦିଲ୍ଲୀପ ରାଉତ, ପ୍ରିୟଦର୍ଶିନୀ ପ୍ରଧାନ, ଲକ୍ଷ୍ମୀପ୍ରିୟା ଲେଙ୍କା, ଦିଲ୍ଲୀପ କୁମାର ଦାଶ, ପାର୍ଥସାରଥୀ ସାହୁ, ପ୍ରତୁ୍ୟଷ ଦାଶ, ପ୍ରିୟରଂଜନ ମହାପାତ୍ର, ଭାବଗ୍ରାହୀ ବେହେରା, ମେଘୁ ସିଂ, ସଂଗ୍ରାମ ସ୍ୱାଇଁ, ରାମନାରାୟଣ ପଣ୍ଡା, ପ୍ରଭାତ ସ୍ୱାଇଁ, ବିକ୍ରମ କେଶରୀ ବଳ, ରାଜେଶ ଜେନା, ସଂଜିତ୍ ଷଡ଼ଙ୍ଗୀ, ରଶ୍ମିରଂଜନ ପରିଡ଼ାଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ । ଶେଷରେ ତାପସ ଜେନା ଧନ୍ୟବାଦ ଜଣାଇଥିଲେ ।