ନିଯୁକ୍ତି ପତ୍ର ଅପେକ୍ଷାରେ ନବ ନିଯୁକ୍ତ ଫାର୍ମାସୀ ଅଫିସର

 ଭୁବନେଶ୍ୱର : ଗତ କିଛି ଦିନ ତଳେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ତରଫରୁ ରାଜ୍ୟରେ ଖାଲି ପଡିଥିବା ଗୃପ- ସି  ପୋଷ୍ଟକୁ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ପୂରଣ କରାଯିବା ନିମନ୍ତେ ଏକ ଖବର ପ୍ରକାଶ ପାଇଥିଲା  ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନିଜର ରାଜ୍ୟରେ ନିଯୁକ୍ତି ଉପରେ ମନ୍ତବ୍ୟ ଦେଇ  ରାଜ୍ୟରେ ୨ବର୍ଷ ମଧ୍ୟରେ ୬୫,୦୦୦ ଖାଲି ପଡିଥିବା ପଦବୀ ପୂରଣ ନିମିତ୍ତ ଘୋଷଣା କରିଛନ୍ତି  । ସୂଚନା ଅନୁଯାୟୀ  ଓଏସ୍ଏସ୍ଏସ୍ସି ଦ୍ୱାରା ଗତ ୨ ବର୍ଷ ପୂର୍ବେ ଅର୍ଥାତ୍ ୨୦୨୩ ମସିହା ଡିସେମ୍ବର ମାସ ୧୫ ତାରିଖରେ  ଫାର୍ମାସି  ଅଫିସର ଓ ବହୁମୁଖି ପୁରୁଷ ସ୍ୱାସ୍ଥ୍ୟକର୍ମୀ ପଦବୀ ନିମିତ୍ତ ଆବେଦନ ପତ୍ର ଗ୍ରହଣ କରାଯାଇଥିଲା  । ଏହାର ୮ ମାସ ପରେ ୨୦୨୪ ମସିହା ଅଗଷ୍ଟ ମାସ ୩ ତାରିଖ ଦିନ ନିଯୁକ୍ତି ପରୀକ୍ଷା ସିବିଟି (କମ୍ପୁଟର ବେସଡ ଟେଷ୍ଟ) ମୋଡ ରେ ସାରା ରାଜ୍ୟରେ ଅନୁଷ୍ଠିତ ହୋଇଥିଲା  । ଏହା ପରେ ଚଳିତ ବର୍ଷ ଜୁନ ମାସ ୧୬ ତାରିଖରେ ନିଯୁକ୍ତି ପରୀକ୍ଷାର ଚୂଡାନ୍ତ ତାଲିକା ସହ ପ୍ରାର୍ଥୀ ମାନଙ୍କ ଚଏସ ଓ ନିଯୁକ୍ତି ପରୀକ୍ଷାର ଫଳାଫଳକୁ ଆଧାର କରି ସେମାନେ ମନୋନୀତ ହୋଇଥିବା ଜିଲ୍ଲାର ତାଲିକା ପ୍ରକାଶ ପାଇଥିଲା କିନ୍ତୁ ଇତି ମଧ୍ୟରେ ଚୁଡାନ୍ତ ପରୀକ୍ଷା ଫଳାଫଳକୁ ୨ ମାସ ବିତିଯାଇଥିଲେ ସୁଦ୍ଧା ସରକାରଙ୍କ ତରଫରୁ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଉ ନାହିଁ  । ତେବେ ସାଧାରଣ ରେ ପ୍ରଶ୍ନ ଉଠୁଛି ନିଯୁକ୍ତି ପ୍ରକ୍ରିୟା ଆରମ୍ଭରୁ ଶେଷ ହେବା ସମୟ ସୀମା ୨ ବର୍ଷ ଅତିକ୍ରମ କରିଯାଇଥିଲେବି ନିଯୁକ୍ତି ପ୍ରକ୍ରିୟାର  ଚୂଡାନ୍ତ ଫଳାଫଳ  ପ୍ରଦାନରେ ବିଳମ୍ବ କଣ ପାଇଁ   । ନିଯୁକ୍ତି ପତ୍ର ମିଳିବାରେ ଅହେତୁକ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି  ।