ଉପମୁଖ୍ୟମନ୍ତ୍ରୀଙ୍କୁ ଅଙ୍ଗନୱାଡ଼ି କର୍ମୀଙ୍କ ଦାବିପତ୍ର
ନୂଆପଡ଼ା : ଅଲ୍ ଓଡ଼ିଶା ଅଙ୍ଗନୱଡି ଲେଡିଜ ୱର୍କର୍ସ ଆସୋସିଏସନ୍ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକରୁ ପ୍ରେସିଡେଣ୍ଟ ରେଶମା ବାନୁ, ସେକ୍ରେଟାରୀ ଗିତାଞ୍ଜଳି ବିଶି, ସେକ୍ଟର ଲିଡର କୁମୁଦିନୀ ଭୋଇ, ହୃଦୟ ବୈଠାରୁ, ଶକୁନ୍ତଳା ପରାଭୂଏ, ମିତା ଟେଣ୍ଡକାରୀଙ୍କ ନେତୃତ୍ୱରେ ଅନେକ ଅଙ୍ଗନୱାଡ଼ି କର୍ମୀଙ୍କ ସହ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦେ୍ଦଶ୍ୟରେ ସି ଡି ପି ଓ ଅର୍ଚ୍ଚନା ରାଉତ ଖଡ଼ିଆଳ ଙ୍କ ଜରିଆରେ ପୋଷଣ ଏଫ୍ଆର୍ଏସ ସମସ୍ୟା ଓ ଅନ୍ୟାନ୍ୟ ଦାବି ଉପରେ ଦାବିପତ୍ର ପ୍ରଦାନ କରାଯାଇଛି ।