ବିଜେଡିର କର୍ମୀ ସମ୍ମିଳନୀ 

 ଏରସମା:  ଏରସମା ବ୍ଲକ ଅନ୍ତର୍ଗତ ବଳେଇପୁରୁ ପଞ୍ଚାୟତରେ ବିଜୁଜନତା ଦଳର ଏକ କର୍ମୀ ସମ୍ମିଳନୀ ପୋଡ଼ିଛକ ଠାରେ ବଳେଇପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ମୁରଲୀଧର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବାଲିକୁଦାଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଯୋଗଦେଇ କର୍ମୀମାନଙ୍କୁ କୃତଜ୍ଞତା ଜଣାଇବା ସହିତ ବଳେଇପୁର ପଞ୍ଚାୟତକୁ ବିଧାୟକ ପାଣ୍ଠିରୁ ସ୍ୱତନ୍ତ୍ର ଦେବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ପଞ୍ଚାୟତରୁ ପ୍ରଥମେ ଜନଜାଗରଣ ସଭା ଆରମ୍ଭ କରାଯାଇଛି । ସମ୍ମାନିତ ଅତିଥି ଭାବେ ଏରସମା ବ୍ଲକ ବିଜୁ ଜନତାଦଳର ସଭାପତି ପୀତବାସ ଗୋଚ୍ଛାୟତ, ଏରସମା ବ୍ଲକ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ମହାପାତ୍ର, ସମବାୟବିତ୍ ସମୀର ରଞ୍ଜନ ସ୍ୱାଇଁ ,ଗିରିଧାରୀ ରାଉତ ଯୋଗଦେଇ ଥିଲେ । ବଳେଇପୁର ପଞ୍ଚାୟତ ବିଜୁଜନତା ଦଳର ସଭାପତି ଫିରୋଜ ଗୋଚ୍ଛୟତ, ପୂର୍ବତନ ସଭାପତି ଶ୍ରୀକାନ୍ତ ସ୍ୱାଇଁ, ଯୁବ ସଭାପତି ପ୍ରଶାନ୍ତ କୁମାର ପାତ୍ର,କର୍ମୀ ରତିକାନ୍ତ ଦାସ, ନିରଞ୍ଜନ ନାୟକ, ଭାଗବତ ସେଠୀ , ଦୀପକ ସ୍ୱାଇଁଙ୍କ ସମେତ ବଳେଇପୁରୁ ପଞ୍ଚାୟତର ଶତାଧିକ ବିଜୁଜନତା ଦଳର କର୍ମୀମାନେ ଯୋଗ ଦେଇଥିଲେ ।