‘ଋଷିକୂଲ୍ୟା’ ନାମରେ ଜିଲ୍ଲା ମାନ୍ୟତା ଦାବି
ଆସିକା : ଆସିକା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଋଷିକୂଲ୍ୟାକୁ ଜିଲ୍ଲା ମାନ୍ୟତା ଦାବି ନେଇ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ଭଞ୍ଜନଗର ଉପ ଜିଲ୍ଲାପାଳ ଉମା ଶଙ୍କର ବେହେରା, ତହସିଲଦାର ସଙ୍ଗୀତା ସେନଙ୍କୁ ପ୍ରଦାନ କରାଯାଇଛି । ପ୍ରାରମ୍ଭରେ ଆସିକା ଓକିଲ ସଂଘ ଠାରେ ବଣିକ ସଂଘ, ପାତାଞ୍ଜଳି ଯୋଗ ସମିତି, ପୂର୍ବତନ କାଉନସିଲର, ମହିଳା ମଣ୍ଡଳ, ଆଇନଜୀବୀ, ବସ୍ ମାଲିକ ସଂଘ, ଶିକ୍ଷାବିତ୍, ବୁଦ୍ଧିଜୀବୀ ସମସ୍ତେ ଏକତ୍ରିତ ହୋଇ ଏକ ପଟୁଆରେ ତହସିଲ କାର୍ଯ୍ୟାଳୟ ଠାରେ ପହଞ୍ଚô ମୁଖ୍ୟମନ୍ତ୍ରୀଙ୍କୁ ଉଦେ୍ଦଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓକିଲ ସଂଘର ସଭାପତି ଅଜିତ ଚୌଧୁରୀ, ସମ୍ପାଦକ ନାରାୟଣ ମୁନି, ପ୍ରଭାତ କୁମାର ପାଢ଼ୀ, ସୁଧାଂଶୁ ପାଣିଗ୍ରାହୀ, ଦୁର୍ଗାଚରଣ ପଟ୍ଟନାୟକ, ସର ତେନ୍ଦୁ ପଣ୍ଡା, ସୁରେନ୍ଦ୍ର ନାଥ ପଣ୍ଡା, ସନ୍ତୋଷ କୁମାର ପାଣିଗ୍ରାହୀ, ଅମର ବିଶ୍ୱାଳ, ଶିଶିର କୁମାର ନାୟକ, ରୁଦ୍ର ପାଣିଗ୍ରାହୀ, ହର୍ଷ ରଞ୍ଜନ ପାଢ଼ୀ, ଅଜିତ ପଟ୍ଟନାୟକ, ଚନ୍ଦ୍ର ଶେଖର ପପାତ୍ର ଦିଲୀପ କୁମାର ପାଣିଗ୍ରାହୀ, ବିଦେଶୀ ନାୟକ, ମିହିର ଗୌଡ଼, ଶିବ ଶଙ୍କର ପାତ୍ର, ଖୋକନ ରାଓ, ଅଜିତ ପଟନାୟକ, ସୂର୍ଯ୍ୟ ପ୍ରକାଶ ରାଓ, ବଣିକ ସଂଘର ସିମାଞ୍ଚଳ ପରିଡା, ବସ ମାଲିକ ସଂଘର ସନ୍ତୋଷ ପୋଲାଇ, ପୂର୍ବତନ କାଉନସିଲର ତାରିଣୀ ସେନାପତି, ପରିବେଶ ପ୍ରେମୀ ତଥା ଯୋଗ ଗୁରୁ ଗୁଣ୍ଡିଚା ମହାରଣା, ପାତାଞ୍ଜଳି ଯୋଗ ସମିତିର ସୁରେଶ କୁମାର ବିଷୋୟୀ ପ୍ରମୁଖ ଉପସ୍ଥିତ ରହିଥିଲେ । ଆସିକା ଏକ ସର୍ବ ପୁରାତନ ସଂସଦୀୟ ନିର୍ବାଚନ ମଣ୍ଡଳୀ ହୋଇଥିଲେ ହେଁ ଏହା ଅଧିନରେ ଶେରଗଡ଼, ହିଞ୍ଜିଳି, ଧରାକୋଟ, ପୋଲସରା, ବେଗୁନିଆପଡା, ସାନଖେମୁଣ୍ଡି ଆଦି ଅନେକ ବ୍ଲକ, ତହସିଲ ରହିଛି । ଏହା ଅଧିନରେ ୧୧୩୦ ଗୋଟି ଗ୍ରାମ, ପ୍ରାୟ ୧୧ ଲକ୍ଷ ଜନ ସଂଖ୍ୟା, ୨୧୦୮. ୫୧ ସ୍କ୍ୱାର ମିଟର ପରିଧି ମଧ୍ୟରେ ରହିଛି ଆସିକା । ଏଣୁ ଯାହା ରୁଷିକୂଲ୍ୟା ଜିଲ୍ଲା ନିମନ୍ତେ ଯଥେଷ୍ଟ ଭିତ୍ତିଭୂମି ରହିଛି । ତେଣୁ ରାଜ୍ୟ ସରକାର ଯଥାଶୀଘ୍ର ଆସିକାକୁ ରୁଷିକୂଲ୍ୟା ଜିଲ୍ଲା ଘୋଷଣା କରିବାକୁ ଦାବି କରିଛନ୍ତି ।