ପୁଣି ଆନେ୍ଦାଳନକୁ ଓହ୍ଲାଇବେ କଳିଙ୍ଗନଗର ବିସ୍ଥାପିତ ପରିବାର

ଜମି ବଦଳରେ ଜମି, ଲିଜ ଆକାରରେ ୨୦ବର୍ଷ ପାଇଁ ଜମି ପଟ୍ଟା ପ୍ରଦାନ, ଆଦିବାସୀ ମାନଙ୍କ ଉପରେ ମିଛ ମାମଲା ପ୍ରତ୍ୟାହାର ଭଳି ୧୪ଦଫା ଦାବି ନେଇ ମଞ୍ଚ ନୀଳାଚଳ କାରଖାନା ଆଗରେ ଧାରଣାରେ ବସିଥିଲେ । ହେଲେ କାରଖାନା କର୍ତ୍ତୃପକ୍ଷ କିଛି ନଶୁଣିବାକୁ ମଞ୍ଚ ଟାଟା ଏବଂ ନୀଳାଚଳ କାରଖାନା ଫାଟକରେ ଗଲାମାସ ୨୦ତାରିଖରେ ତାଲାପକାଇ ଧାରଣାରେ ବସିଥିଲେ । ଯେଉଁଠିକି ଏପ୍ରିଲ ୧୦ ତାରିଖରେ ବୀରଭୂମି ଆମ୍ବଗାଡ଼ିଆ ସହିଦ ପଡିଆରେ ରଣହୁଙ୍କାର ଦେଇ ପ୍ରଶାସନ-କାରଖାନା କର୍ତ୍ତୃପକ୍ଷ ସେମାନଙ୍କ ଦାବି ନଶୁଣିଲେ ଆନେ୍ଦାଳନକୁ ଓହ୍ଲାଇବାର ରଣ ହୁଙ୍କାର ଦେଇଥିଲେ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ତାଲା ଖୋଲିବେନି ବୋଲି ଘୋଷଣା କରିଥିଲେ ମଞ୍ଚ ସଦସ୍ୟ । ନିର୍ବାଚନ ଥିବାରୁ ଏହା ଜିଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା । ଏଣୁ ନିର୍ବାଚନ ପୂର୍ବରୁ ସମସ୍ୟା ସମାଧାନ ପାଇଁ ପ୍ରଶାସନ ଆଗେଇ ଆସିବାକୁ ବାଧ୍ୟ ହୋଇଥିଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗର, ତହସିଲଦାର, ଅତିରିକ୍ତ ଏସପି. କଳିଙ୍ଗନଗର, କାରଖାନା କର୍ତ୍ତୃପକ୍ଷ ଏବଂ ମଞ୍ଚସଦସ୍ୟଙ୍କ ଉପସ୍ଥିତିରେ ହୋଇଥିବ ବୈଠକରେ ଦାବୀ ପୂରଣ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା । ବର୍ତ୍ତମାନ ନିର୍ବାଚନ ଥିବାରୁ କମ୍ପାନୀ ଓ ଜିଲ୍ଲା ପ୍ରଶାସନ ଜୁନ ମାସ ୬ତାରିଖ ଲିଖିତ ଭାବେ ସବୁ ଦିଆଯିବା ସହ ପର୍ଯ୍ୟାୟ କ୍ରମେ ସମସ୍ତ ଦାବି କମ୍ପାନୀ ପୂରଣ କରିବ ବୋଲି ପ୍ରତିଶ୍ରୁତି ମିିଳିଥିଲା । ମୌଖିକ ପ୍ରତିଶ୍ରୁତି ପରେ ଆନେ୍ଦାଳନ କାରୀ ଫାଟକ ସମ୍ମୁଖରୁ ଓହରି ଯାଇଥିଲେ ଆନେ୍ଦାଳନକାରୀ । ଏକ କଥା ସାମ୍ବାଦିକ ସମ୍ବିଳନୀରେ ବାବୁଲି ହାଇବ୍ରୁ ଓ ରବୀନ୍ଦ୍ର ଜାରିକା, ସ୍ୱର୍ଣ୍ଣଲତା ବାନରା, ଗୀତାଞ୍ଜଳି ମହାନ୍ତ ପ୍ରମୁଖ ସୂଚନା ଦେଇଥିଲେ । ହେଲେ ୬ତାରିଖ ଲିଖିତ ପ୍ରତିଶ୍ରୁତି ଦେବାକୁ କହିଥିବା ଜିଲାପାଳ ମଞ୍ଚକୁ ପ୍ରତାରଣା କରିଛନ୍ତି ବୋଲି ଅଭିଯୋଗ ହୋଇଛି । ନିର୍ବାଚନ ସରିବା ପରେ ଜିଲାପାଳ ବୈଠକରେ ହୋଇଥିବା ନିଷ୍ପତ୍ତି ବାବଦରେ ପଠାଇଥିବା ପ୍ରତିଶ୍ରୁତିକୁ ନେଇ ଆଦିବାସିଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଛି । 
ପ୍ରତିଶ୍ରୁତି ପତ୍ରରେ ଉତରାଧିକାରୀ ମାନଙ୍କୁ କାରଖାନାରେ ସ୍ଥାୟୀ ଚାକିରୀ ଦେବାକୁ ସମମତି ହୋଇଥିଲେ ମଧ୍ୟ ଜିଲାପାଳଙ୍କ ଚିଠିରେ ସେମାନଙ୍କୁ ଠିକାଦାର ଅଧିନରେ ନିଯୁକ୍ତି ଦିଆଯିବାକୁ ଉଲ୍ଲେଖ ରହିଛି । ଜମିହରା ମାନଙ୍କୁ ନିଯୁକ୍ତି, ବାସଚୁ୍ୟତ ମାନଙ୍କୁ ଉତ୍ତରାଧିକାରୀ ସୁତ୍ରରେ ଚାକିରୀ, ଚାକିରୀ ବଦଳରେ ଅର୍ଥ ନେଇଥିବା ପରିବାରକୁ ପୁନ୍ନ ନିଯୁକ୍ତି ବାବଦରେ ହୋଇଥିବା ନିଷ୍ପତ୍ତି ବାବଦରେ କିଛି ଉଲ୍ଲେଖ ନଥିବାରୁ ଜିଲାପାଳ ପ୍ରତାରିତ କରିଛନ୍ତି ବୋଲି ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି । କଳିଙ୍ଗନଗରରେ ପୁଣି ଥରେ ଦୁର୍ବାର ଆନେ୍ଦାଳନ କରାଯିବ ବୋଲି ଆଦିବାସୀ ନେତା ବାବୁଲୀ ପୂର୍ତ୍ତି ଚେତାବନୀ ଦେଇଛନ୍ତି ।