ବେଆଇନ କଳା ମୁଗୁନି ପଥର ଉତ୍ତୋଳନ ବନ୍ଦ ଦାବି : ମୁଖ୍ୟମନ୍ତ୍ରୀଙ୍କୁ ନିହଲପ୍ରସାଦବାସୀଙ୍କ ଅଭିଯୋଗପତ୍ର 

 ଢେଙ୍କାନାଳ  :  ଢେଙ୍କାନାଳ ଜିଲ୍ଲାର ନିହଲପ୍ରସାଦ ପଞ୍ଚାୟତର ନିହଲପ୍ରସାଦ ଗ୍ରାମର ଅଧିବାସୀମାନେ ଗ୍ରାମ ନିକଟରେ ହେଉଥିବା ବେଆଇନ କଳା ମୁଗୁନି ପଥର ଉତ୍ତୋଳନ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି । ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ବାଘଲପୁରରେ ଥିବା ନିହଲପ୍ରସାଦ ରୋଡ୍ ମେଟାଲ-୧ କଳା ମୁଗୁନି ପଥର ଖଣିକୁ ସେହି ଗ୍ରାମର ଅଜିତ୍ ସାହୁ ତଞ୍ଚକତା କରି କିଛି ଅସାଧୁ କର୍ମଚାରୀମାନଙ୍କ ସହାୟତାରେ ନିଲାମ ମାଧ୍ୟମରେ ୫ ବର୍ଷ ପାଇଁ ପାଇଛନ୍ତି । ସେ ଏଠାରେ ବେଆଇନ୍ ଭାବରେ ବ୍ଲାଷ୍ଟିଙ୍ଗ୍ କରି ପଥର ଫୁଟାଉଛନ୍ତି । ଏ ନେଇ ନିହଲପ୍ରସାଦ ଗ୍ରାମବାସୀବୃନ୍ଦ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣିରେ ଅଭିଯୋଗପତ୍ର ପ୍ରଦାନ କରିଛନ୍ତି । ପ୍ରକାଶଥାଉକି, ଜିଲ୍ଲାପାଳଙ୍କ ଆଦେଶ ପତ୍ର ସଂଖ୍ୟା - ୧୩୪୪/ ୧୩ ତା ୦୫/୦୨/୨୦୨୧ ମତେ ବ୍ଲାଷ୍ଟି ପରିମିସନ ପାଇଁ ପ୍ରାଧିକୃତ ଅବାସୀଙ୍କ ଆଦେଶ ସଂଖ୍ୟା-୭ ଥିଲେ ମଧ୍ୟ ନିଲାମଧାରୀ ଏହାକୁ ବେଖାତିର୍ କରି ବ୍ଲାଷ୍ଟି କରୁଛନ୍ତି । ଏବଂ ପ୍ରଶାସନକୁ ତଞ୍ଚକତା କରି ଭୁଲ୍ ତଥ୍ୟ ଦେଉଛନ୍ତି ଯେ, ସେ ପାଇଥିବା ଆଦେଶଟି ଚିଠି ସଂଖ୍ୟା-୧୧୦୧ ତା ୦୩/୦୮/୨୦୧୯ ତାରିଖରେ ଜିଲ୍ଲାପାଳ ଢେଙ୍କାନାଳଙ୍କଠାରୁ ମିଳିଥିଲା । କିନ୍ତୁ ଅନୁସନ୍ଧାନ କଲେ ଜଣାପଡିବ କି ସେ ପାଇଥିବା ଖଣି ବର୍ଷ ୨୦୨୧-୨୨ ହୋଇ ମଧ୍ୟ ୨୦୧୯ରେ କିପରି ଜିଲ୍ଲାପାଳଙ୍କ ଆଦେଶ କାର୍ଯ୍ୟକାରୀ ହେବ । ଦ୍ୱିତୀୟରେ ଉକ୍ତ ଆଦେଶରେ ନିହଲପ୍ରସାଦ ରୋଡ୍ ମେଟାଲ୍-୧ ରେ ଏକ୍ସପ୍ଲେ ପ୍ଲୋଜର ବ୍ୟବହାର ପାଇଁ କୌଣସି ଆଦେଶ ନାହିଁ । ସେହିପରି ଆର୍ଟିଆଇରୁ ମିଳିଥିବା ତଥ୍ୟ ମୁତାବକ, ଯାହାକି ମାଇନିଂ ଅଧିକାରୀ ତାଳଚେରଙ୍କ ଠାରୁ ମିଳିଥିବା ଚିଠି ସଂଖ୍ୟା ୧ ୨୯୦/୦୧ ୦୫ ୦୭/୦୫/୨୦୨୫ରେ କେବଳ ୧ ଜଣଙ୍କୁ ଛାଡିଦେଲେ କୌଣସି ଲିଜଧାରୀଙ୍କୁ  ବ୍ଲାଷ୍ଟି ଅନୁମତି ଦେଇନାହାନ୍ତି ।  ବ୍ଲାଷ୍ଟିଙ୍ଗ୍ କରୁଥିବା ସ୍ଥାନ ଠାରୁ ଜନବସତି ମାତ୍ର ୨୦୦ ମିଟର । ଯାହାଫଳରେ ବଡ ବଡ ପଥର ଏବଂ ବ୍ଲାଷ୍ଟିଙ୍ଗ୍ ଶବ୍ଦରେ ଘର ଭାଙ୍ଗିଯାଉଛି । ଦିଆଯାଇଥିବା ନିୟମ ୯.୧୫ ଓ ୯.୧୬କୁ ବେଖାତିର୍ କରି ବ୍ଲାଷ୍ଟିଙ୍ଗ୍ କରାଯାଉଛି । ଯାହାଫଳରେ ଗ୍ରାମବାସୀଙ୍କ ଜୀବନପ୍ରତି ବିପଦ ସୃଷ୍ଟି ହୋଇଛି । ଏହି ବିଷୟରେ ଗଁଦିଆ ତହସିଲଦାର ଚିଠି କରିଥିଲେ ମଧ୍ୟ ତାହାର କୌଣସି ସଠିକ୍ ଉତ୍ତର ଲିଜଧାରୀ ଦେଇନଥିଲେ ବୋଲି ପ୍ରକାଶ କରିଛନ୍ତି । ପ୍ରକାଶଥାଉକି, ଲଘୁ ଖଣିଜ ନିଲାମ ପାଇଁ ୫ ବର୍ଷ ଦୀର୍ଘମିଆଦୀ ଲିଜ୍ ହୋଇଥିଲେ ମଧ୍ୟ ଲିଜଧାରୀ ତଞ୍ଚକତା କରି ସିଟିଓର ଅବଧିକୁ ୨୦୨୭କୁ ବଢାଇଛନ୍ତି । ସରକାରଙ୍କ ଦ୍ୱାରା ନିର୍ଣ୍ଣୟ ହୋଇଥିବା ଟଙ୍କା ପରିବର୍ତ୍ତେ ତଞ୍ଚକତା କରି କମ୍ ଟଙ୍କାରେ ରେଜିଷ୍ଟ୍ରେସନ କରିଛନ୍ତି । ଯାହାଫଳରେ ସରକାରଙ୍କର ଲକ୍ଷ ଲକ୍ଷ ରାଜସ୍ୱହାନୀ ହୋଇଛି । ତେଣୁ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିହଲପ୍ରସାଦ ଗ୍ରାମବାସୀମାନେ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣିରେ ଏକ ଅଭିଯୋଗ ପତ୍ର ଦାଖଲ କରିଛନ୍ତି ।