ସ୍ଥାୟୀ ନିଯୁକ୍ତି ନେଇ ଦାବିପତ୍ର
କେନ୍ଦ୍ରାପଡା : ଓଡିଶା ସ୍ୱାସ୍ଥ୍ୟ ମିଶନ ପରିଚାଳନା କର୍ମଚାରୀ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କୁ ପ୍ରଦାନ କରାଯାଇଛି । ଦୀର୍ଘ ବର୍ଷ ହେଲା ଏହି ପ୍ରୋଗ୍ରାମ ମ୍ୟାନେଜମେଣ୍ଟ କର୍ମଚାରୀ ମାନେ ସ୍ୱଳ୍ପ ଦରମାରେ ଅସ୍ଥାୟୀ ଭାବରେ କାର୍ଯ୍ୟକରି ଆସୁଛନ୍ତି । ଏମାନେ ଉଚ୍ଚ ଶିକ୍ଷିତ, କୁଶଳୀ, ଦକ୍ଷ, ପରିଶ୍ରମୀ ଓ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ପ୍ରକାରର କାର୍ଯ୍ୟକୁ ନିଷ୍ଠାର ସହିତ ସୁପରିଚାଳନା କରିବାରେ ଅଧିକାରୀ ଅଟନ୍ତି । ଏମାନଙ୍କ କାର୍ଯ୍ୟ ପାଇଁ ଓଡିଶା ସ୍ୱାସ୍ଥ୍ୟ ବିଭାଗ ଜାତୀୟ ସ୍ତରରେ ବହୁବାର ପୁରସ୍କୃତ ହୋଇଛି । ସ୍ଥାୟୀ ନିଯୁକ୍ତି ଦାବିରେ ଏହି କର୍ମଚାରୀ ମାନେ କଳାବ୍ୟାଚ ପରିଧାନ କରିବା ସହ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ, ମିଶନ ନିଦେ୍ର୍ଦଶକଙ୍କୁ ପୋଷ୍ଟକାର୍ଡ ମାଧ୍ୟମରେ ଜଣାଇଛନ୍ତି । ଜିଲ୍ଲାପାଳଙ୍କୁ ଏହି ଦାବିପତ୍ର ପ୍ରଦାନ ସମୟରେ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ଜେନା, ସମ୍ପାଦକ ଅନିଲ ଧଳଙ୍କ ସମେତ ଅଶୁତୋଷ ଜେନା, ସୁବାଶିଷ ବିହାରୀ, ଜଗନ୍ନାଥ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।